ପ୍ୟାରିସ ଅଲିମ୍ପିକ୍ସରେ ବଡ଼ ଅଘଟଣ: ଖେଳାଳିଙ୍କୁ ଆକ୍ରମଣ କଲେ ଦର୍ଶକ, ପଡ଼ିଆ ଛାଡ଼ି ଦୌଡ଼ିଲେ ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି । ଆର୍ଜେଣ୍ଟିନା ଓ ମରକ୍କୋ ମଧ୍ୟରେ ହୋଇଥିବା ମ୍ୟାଚ ସମୟରେ ଅଜବ ଘଟଣା ଦେଖିବାକୁ ମିଳିଥିଲା । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଦର୍ଶକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଓ ଆର୍ଜେଣ୍ଟିନ ଟିମର ଖେଳାଳିଙ୍କ ଉପରେ ଆକ୍ରମଣ କରିଦେଇଥିଲେ । ଭୟରେ ଖେଳାଳିମାନେ ପଡ଼ିଆ ଛାଡ଼ି ଦୌଡ଼ିବାରେ ଲାଗିଥିଲା । ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଯାଇଛି । ଅଲିମ୍ପିକ୍ସ ପରି ଏକ ବିଶ୍ୱ କ୍ରୀଡ଼ା ମହାକୁମ୍ଭରେ ଘଟିଥିବା ଏହି ଅଘଟଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଆର୍ଜେଣ୍ଟିନା ଓ ମରକ୍କୋ ମଧ୍ୟରେ ସେଣ୍ଟ-ଇଟିୟେନ ଠାରେ ଖେଳାଯାଇଥିବା ପ୍ରଥମ ଅଲିମ୍ପିକ୍ସ ମ୍ୟାଚରେ ଆର୍ଜେଣ୍ଟିନା ୨-୧ରେ ପରାସ୍ତ ହୋଇଥିଲା । ଏଭଳି ଅଘଟଣ ପୂର୍ବରୁ କେବେ ବି ଦେଖିବାକୁ ମିଳିନଥିଲା । ଅଲିମ୍ପିକ୍ସ ଫୁଟବଲ ଟୁର୍ଣ୍ଣାମେଣ୍ଟର ଓପନିଂ ଓ ଗ୍ରୁପ ଷ୍ଟେଜ ମ୍ୟାଚରେ ଫ୍ୟାନ୍ସଙ୍କ ଆକ୍ରମଣ ଫଳରେ ଏକ ବଡ଼ଧରଣର ଅରାଜକତା ଦେଖିବାକୁ ମିଳିଥିଲା । କିଛି ଦର୍ଶକ ଆର୍ଜେଣ୍ଟିନା ଖେଳାଳିଙ୍କ ଉପରକୁ ବାଣ ଫୋପାଡ଼ିଥିଲେ । ଏହି କାରଣରୁ ମ୍ୟାଚକୁ କିଛି ସମୟ ପାଇଁ ସ୍ଥଗିତ ରଖାଯିବା ପରେ ୨ ଘଣ୍ଟା ପରେ ପୁଣି ଥରେ ମ୍ୟାଚ ଖେଳାଯାଇଥିଲା । ଦର୍ଶକଙ୍କୁ ଷ୍ଟାଡିୟମରୁ ବାହାର କରାଯାଇ ପୁନର୍ବାର ଖାଲି ଷ୍ଟାଡିୟମରେ ମ୍ୟାଚ ହୋଇଥିଲା । ଏହି ଘଟଣାକୁ ଫ୍ରାନ୍ସ ଫୁଟବଲ ଫେଡେରେସନ ପକ୍ଷରୁ ‘ନକ୍ସଲବାଦୀ ଓ ଭେଦଭାବପୂର୍ଣ୍ଣ’ ବୋଲି ଆଖ୍ୟଶ ଦିଆଯାଇଛି ।

Get real time updates directly on you device, subscribe now.