fbpx
BJD SKY
BJD SKY

IPL-2024 ପୂର୍ବରୁ CSKକୁ ଶକ୍ତ ଝଟକା: ଆହତ ହୋଇ ଦଳରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

BJD

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ଚମ୍ପିଆନ୍ ଦଳ ଚେନ୍ନାଇ ସୁପର କିଙ୍ଗସକୁ ନୂଆ ସିଜନ ପୂର୍ବରୁ ଲାଗିଛି ଶକ୍ତ ଝଟକା । ଆଇପିଏଲ-୨୦୨୪ ପୂର୍ବରୁ ଆହତ ହୋଇ ଅଧା ସିଜନରୁ ବାଦ୍ ପଡ଼ିଛନ୍ତି । ଆଘାତ ସମସ୍ୟା ଦର୍ଶାଇ ଆଇପିଏଲରୁ ନିଜକୁ ଦୂରେଇ ରଖିଛନ୍ତି ଷ୍ଟାର ଓପନର ଡିଭନ୍ କନୱେ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ କନୱେଙ୍କ ଡାହାଣ ଆଙ୍ଗୁଠିରେ ଆଘାତ ଲାଗିଛି । ଏହି ଆଘାତ ଯୋଗୁଁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ଆହତ ସମସ୍ୟାକୁ ନେଇ ବଡ଼ ଅପଡେଟ ଜାଣିବାକୁ ମିଳିଛି । ଆହତ ସମସ୍ୟା ଯୋଗୁଁ ଆଇପିଏଲର ଅଧା ସିଜନରୁ ସେ ବାଦ୍ ପଡ଼ିପାରନ୍ତି ।

୨୦୨୩ ଆଇପିଏଲରେ ଚେନ୍ନାଇକୁ ଚମ୍ପିଆନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡିଭନ୍ କନୱେ । ଗତ ସିଜନରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ସର୍ବାଧିକ ୬୭୨ ରନ୍ କରିଥିବା ବ୍ୟାଟର ପାଲଟିଛନ୍ତି । ଏହାସହିତ ଗୁଜୁରାଟ ଟାଇଟନ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ୨୫ ବଲରୁ ୪୭ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ କନୱେ । ତେଣୁ ଏହି ମ୍ୟାଚରେ ତାଙ୍କୁ ‘ପ୍ଲେୟର ଅଫ୍ ଦ ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା । କନୱେ ଦଳରୁ ବାଦ୍ ପଡ଼ିବା ପରେ ଋତୁରାଜ ଗାଏକ୍ୱାଡଙ୍କ ସହ କିଏ ପାଳି ଆରମ୍ଭ କରିବେ, ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଅଧିନାୟକ ଏମ.ଏସ ଧୋନୀ । ତେବେ ଦଳରେ ଅଜିଙ୍କ୍ୟା ରାହାଣେ ଏହି ସ୍ଥାନ ପାଇଁ ଉପଯୁକ୍ତ ବିକଳ୍ପ ରହିଛନ୍ତି । କିନ୍ତୁ ମାହି ଅନ୍ୟ କେଉଁ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଚିନ୍ତା କରିପାରନ୍ତି ।

ଦିନିକିଆ ବିଶ୍ୱକପରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ନ୍ୟୁଜିଲାଣ୍ଡ ବ୍ୟାଟର ରଚିନ ରବିନ୍ଦ୍ର ମଧ୍ୟ ଅନ୍ୟ ଜଣେ ଓପନର ଭାବରେ ଧୋନୀଙ୍କ ଦଳରେ ସାମିଲ ରହିଛନ୍ତି । ମାର୍ଚ୍ଚ ୨୨ ତାରିଖରେ ଆଇପିଏଲ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ ଏବଂ ବେଙ୍ଗଲରୁ ମୁହାଁମୁହିଁ ହେବାକୁ ଯାଉଛି । ଚେନ୍ନାଇ ସୁପର କିଙ୍ଗସ ନିଜ ହୋମ୍ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳିବ । ତେଣୁ ଧୋନୀଙ୍କୁ ଖୁବ କମ୍ ସମୟରେ ଦ୍ୱିତୀୟ ଓପନର ଖୋଜିବାକୁ ହେବ ।

Get real time updates directly on you device, subscribe now.