fbpx

Indian Railwaysରେ ବଡ଼ ନିଯୁକ୍ତି ସୁଯୋଗ: ୧ ହଜାରରୁ ଅଧିକ ଆପ୍ରେଣ୍ଟିସ ପଦ ପାଇଁ ବିଜ୍ଞପ୍ତି; କେବେ କରିବେ ଆବେଦନ?

AAKASH

ନୂଆଦିଲ୍ଲୀ: ସରକାରୀ ଚାକିରି ଖଣ୍ଡେ ପାଇବା ପାଇଁ ହଜାର ହଜାର ଯୁବପିଢୀ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଅନେକ ଯୁବକ-ଯବତୀଙ୍କ ଆଶା ପୂରଣ ହୋଇପାରୁନାହିଁ । ଏହାପରେ ବି ବାରମ୍ବାର ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ଏଥିପାଇଁ ପ୍ରସ୍ତୁତ ହେଉଥିବା ସମସ୍ତ ଯୁବପିଢୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆଣିଛି ଭାରତୀୟ ରେଳ । ୧ ହଜାରରୁ ଅଧିକ ପଦରେ ନିଯୁକ୍ତି ସୁଯୋଗ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…

ଭାରତୀୟ ରେଳର ଏହି ଭ୍ୟାକେନ୍ସି ବିଭିନ୍ନ ଟ୍ରେଡ୍ସ ପାଇଁ ବୋଲି ଜାଣିବାକୁ ମିଳିଛି । ଏହାଦ୍ୱାରା ମୋଟ ୧୦୧୦ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ପ୍ରଦାନ କରାଯିବ । ମେ’ ୨୨ ତାରିଖରୁ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଆହ୍ୱାନ କରିଛି ଇଣ୍ଡିଆନ୍ ରେଲୱେ । ତେବେ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ କେବଳ ଅନଲାଇନରେ ଆବେଦନ କରିପାରିବେ । ଏଥିପାଇଁ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରି, ଚେନ୍ନାଇର ଅଫିସିଆଲ ୱେବସାଇଟ pb.icf.gov.in କୁ ଯାଆନ୍ତୁ । ଏହି ବିଜ୍ଞପ୍ତିରେ କାରପେଣ୍ଟର, ଇଲେକ୍ଟ୍ରିସିଆନ୍, ଫିଟର, ପେଣ୍ଟର, ମେକାନିଷ୍ଟ, ୱେଲ୍ଡର ଏମଏଲଟି-ପାଥୋଲୋଜି, ଏମଏଲଟି-ରେଡିଓଲୋଜି, ପ୍ରୋଗ୍ରାମିଙ୍ଗ ଆଣ୍ଡ ସିଷ୍ଟମ ଆଡମିନିଷ୍ଟ୍ରେସନ ଆସିଷ୍ଟାଣ୍ଟ ଇତ୍ୟାଦି ବିଭିନ୍ନ ପଦ ପୂରଣ ହେବ ।

ଏଥିରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥି ଯେକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ବିଜ୍ଞାନ ଏବଂ ମ୍ୟାଥ୍ ବିଷୟ ସହ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ । ଏଥିପାଇଁ ବୟସସୀମା ୧୫-୨୪ ବର୍ଷ ହୋଇଥିବା ବେଳେ ସଂରକ୍ଷିତ ଜନଜାତି ପାଇଁ ବୟସ ସୀମାରେ ଆଶ୍ୱସ୍ତି ଦିଆଯିବ । ସେହିପରି ଆବେଦନ କରିବା ପାଇଁ ୧୦୦ ଶୁଳ୍କ ଦେବାକୁ ହେବ । ତେବେ ସଂରକ୍ଷିତ, ପିଏଚ ପ୍ରାର୍ଥୀ ଏବଂ ମହିଳା ପ୍ରାର୍ଥୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଆବେଦନ କରିବା ପାଇଁ ଆସନ୍ତା ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ସମୟ ରହିଛି ।

ତେବେ ଫ୍ରେଶର୍ସମାନଙ୍କ ପାଇଁ ଟ୍ରେନିଙ୍ଗ ପରିୟଡ ୨ ବର୍ଷ କିମ୍ବା ୧ ବର୍ଷ ୩ ମାସ ରଖାଯିବ । ସେହିପରି ଏକ୍ସ-ଆଇଟିଆଇ ପ୍ରାର୍ଥୀମାନଙ୍କର ଟ୍ରେନିଙ୍ଗ ପିରିୟଡ ୧ ବର୍ଷ ରହିବ । ତେବେ ୧୦୧୦ ପଦ ମଧ୍ୟରୁ ୩୩୦ ଫ୍ରେଶର୍ସ ଏବଂ ୬୮୦ ପଦରେ ଏକ୍ସ-ଆଇଟିଆଇ ପ୍ରାର୍ଥୀଙ୍କୁ ସାମିଲ କରାଯିବ । ତେବେ ଦଶମ ପାସ୍ ଫ୍ରେଶର୍ସମାନଙ୍କୁ ୬୦୦୦ ଟଙ୍କା ଷ୍ଟାଇପେଣ୍ଡ, ଦ୍ୱାଦଶ ପାସ୍ ଫ୍ରେଶର୍ସଙ୍କୁ ୭୦୦୦ ଏବଂ ଏକ୍ସ-ଆଇଟିଆଇ ମାନଙ୍କୁ ୭୦୦୦ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ।

Get real time updates directly on you device, subscribe now.