fbpx

ବେବୀ କେୟାର ହସ୍ପିଟାଲ ମାଲିକ ଗିରଫ, ନିଆଁ ଲାଗି ଯାଇଥିଲା ୭ ନବଜାତଙ୍କ ଜୀବନ

AAKASH

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ ବିବେକ ବିହାରରେ ଥିବା ନ୍ୟୁ ବର୍ଣ୍ଣ ବେବୀ କେୟାର ହସ୍ପିଟାଲ ମାଲିକ ଡାକ୍ତର ନବୀନଙ୍କୁ ଗିରଫ କରିଛି । ପୂର୍ବ ଦିଲ୍ଲୀ ବିବେକ ବିହାରରେ ଶନିବାର ରାତିରେ ବେବୀ କେୟାର ସେଣ୍ଟରରେ ନିଆଁ ଲାଗିଯିବା ଫଳରେ ୭ ନବଜାତକ ପୋଡି ହୋଇ ମୃତ୍ୟୁବରଣ କରିଛନ୍ତି । ଯେତେବେଳେ ଏହି ଦୁର୍ଘଟଣା ହେଲା ସେତେବେଳେ ବେବୀ କେୟାର ସେଣ୍ଟରରେ ୧୨ ଜଣ ନବଜାତ ଥିଲେ । ଘଟଣା ପରେ ଡାକ୍ତର ନବୀନ ଖିଚି ଫେରାର ହୋଇଯାଇଥିଲେ । ରବିବାର ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଡା. ନବୀନ ଖିଚିଙ୍କ ବେବୀ କେୟାର ସେଣ୍ଟରର ପୂର୍ବରୁ ଦାୟିତ୍ୱହୀନତାର ରେକର୍ଡ ରହିଛି । ୨୦୨୧ରେ ନବୀନ ଖିଚି ଆଣ୍ଡ କେୟାର ନ୍ୟୁ ବର୍ଣ୍ଣ ଆଣ୍ଡ ଚାଇଲ୍ଡ ହସ୍ପିଟାଲ, ବିବେକ ବିହାର, ଫେଜ୍ ୧ ବିରୁଦ୍ଧରେ ଆଇପିସି ଧାରା ୩୨୫, ୫୦୬, ୩୪ ଓ କିଶୋର ନ୍ୟାୟ ଅଧିନିୟମ ଧାରା ୭୫ ଆଧାରରେ ଏଫଆଇଆର୍ ରୁଜୁ କରାଯାଇଥିଲା । ଏହି ଏଫଆଇଆରରେ ନବୀନଙ୍କ ବିରୁଦ୍ଧରେ ନର୍ସିଂ ହୋମ୍‌ର ପଞ୍ଚିକରଣ ନ କରାଇବା ଓ କେସ୍ ହିଷ୍ଟ୍ରୀରେ ଅନିୟମିତତା କରିଥିବାର ଅଭିଯୋଗ ଥିଲା । ଏହି ଏଫଆଇଆର୍ ହାତରସର ଜଣେ ଦମ୍ପତି ଦାଖଲ କରିଥିଲେ ଯିଏ କି ନିଜ ନବଜାତକୁ ଏଠାରେ ଭର୍ତ୍ତି କରାଇଥିଲେ । କିନ୍ତୁ ଏହି ମାମଲାରେ ଜୋରିମାନା ଦେବା ପରେ ନବୀନଙ୍କ ବିରୁଦ୍ଧରେ କେସ୍ ଉଠିଯାଇଥିଲା ।

Get real time updates directly on you device, subscribe now.