fbpx

କିଏ ହେବ I.N.D.I.A ମେଣ୍ଟର PM ପ୍ରାର୍ଥୀ? ଖଡ଼ଗେ କହିଲେ- ‘ଏହି ପ୍ରଶ୍ନ କୌନ ବନେଗା କରୋଡ଼ପତି ପରି’

AAKASH

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପଚରାଗଲା ଯଦି ଆପଣଙ୍କ ସରକାର ଗଠନ ହେବ ତେବେ I.N.D.I.A ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଏଥିରେ କଂଗ୍ରେସର ଅଧ୍ୟକ୍ଷ ଉତ୍ତର ଦେଇ କହିଛନ୍ତି ଯେ, ଏହା ଅମିତାଭ ବଚ୍ଚନ ଦ୍ୱାରା ହୋଷ୍ଟ କରାଯାଉଥିବା ଲୋକପ୍ରିୟ ଟିଭି କ୍ୱିଜ ଶୋ’ର ଦାବି କରି କହିଛନ୍ତି ଯେ, ଏହି ପ୍ରଶ୍ନ କୌନ ବନେଗା କରୋଡପତି ପରି ଅଟେ । ଶିମଲାରେ ଏକ ପ୍ରେସ କନଫରେନ୍ସ ସମୟରେ ସେ କହିଛନ୍ତି ଯେ, ଯଦି ଆମ ସରକାର ଗଠନ ହେଉଛି ତେବେ ସମସ୍ତ ନେତା ନିଷ୍ପତ୍ତି ନେବେ ଯେ, କିଏ ପିଏମ ହେବ ।

ଖଡ଼ଗେ ଏହା ମଧ୍ୟ ମନେପକାଇଛନ୍ତି ଯେ, କଂଗ୍ରେସର ନେତୃତ୍ୱ ମିଳିତ ପ୍ରଗତିଶୀଳ ସହଯୋଗୀ ଦଳ(ୟୁପିଏ) ନିର୍ବାଚନ ପୂର୍ବରୁ ପିଏମ ପ୍ରାର୍ଥୀର ପ୍ରସ୍ତାବ କରିବା ବିନା ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ପର୍ଯ୍ୟନ୍ତ ସରକାର ଚଳାଇବେ । ଖଡଗେ କହିଛନ୍ତି ଯେ, ଯଦି ଆମ ସରକାର ଗଠନ ହେଉଛି ତେବେ ସମସ୍ତ ନେତା ବସି ନିଷ୍ପତ୍ତି ନେବେ ଯେ, କିଏ ପ୍ରଧାନମନ୍ତ୍ରୀ ହେବେ । ସେ କହିଛନ୍ତି ଯେ, ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ର ସରକାର ରହିଛି । ଏହି ସମୟରେ ମଧ୍ୟ ନିବ୭ାଚନ ପୂର୍ବରୁ ପିଏମ ପ୍ରାର୍ଥୀର ଘୋଷଣା କରାଯାଇ ନଥିଲା ।

ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ୨୦୦୪ରେ କଂଗ୍ରେସ ନେତା ଚାହୁଁଥିଲେ ଯେ, ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହୋଇଛନ୍ତି ହେଲେ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଆମ ପାଖେ ବହୁମତ ନଥିଲା, ଆମ ପାଖରେ ୧୪୦ଟି ସିଟ୍ ଥିଲା । ଆମେ ୨୦୦୯ ରେ ୨୦୯ ସିଟ ସହ ଆସନ ଜିତି ସରକାର ଗଠନ କରିଥିଲା । ଆମେ ୟୁପିଏ ମେଣ୍ଟ ଗଠନ କଲୁ ଏବଂ ସରକାର ୧୦ ବର୍ଷ ପାଇଁ ଚଳାଇଥିଲେ । ବିଜେପି ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ବେଳେ ବେଳେ ବୁଦ୍ଧିମାନ ଲୋକ ବି ଇତିହାସକୁ ଭୁଲିଯାଆନ୍ତି ।

Get real time updates directly on you device, subscribe now.