fbpx

ବର୍ଷ ସାରା କରିବାକୁ ପଡିବନି ରିଚାର୍ଜ, ଆସିଲା ଜିଓର ସବୁଠାରୁ ଶସ୍ତା ବାର୍ଷିକ ପ୍ଲାନ୍‌

AAKASH

ଓଡ଼ିଶା ଭାସ୍କର: ଜିଓର ପ୍ରିପେଡ୍ ରିଚାର୍ଜ ସେଗମେଣ୍ଟରେ ଏକାଧିକ ଆକର୍ଷଣୀୟ ପ୍ଲାନ୍ ରହିଛି । ଏଠି ଆମେ ଆପଣଙ୍କୁ ସବୁଠାରୁ ଶସ୍ତା ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଜିଓର ଏହା ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍ ଯାହା ପୁରା ଗୋଟିଏ ବର୍ଷ ଲାଗି ଆପଣଙ୍କୁ ରିଚାର୍ଜ ଟେନ୍‌ସନରୁ ଛୁଟି ଦେବ । ଏହି ପ୍ଲାନର ମୂଲ୍ୟ ୧୫୫୯ଟଙ୍କା ।

ଏହି ରିଚାର୍ଜ ପ୍ଲାନ୍ MY Jio App ଓ ଜିଓ ପୋର୍ଟାଲରେ ମିଳିବ । ଏଠାରେ ୟୁଜର୍ସଙ୍କୁ ପ୍ରିପେଡ୍ ପ୍ଲାନ୍ ଭିତରକୁ ଯାଇ ଭ୍ୟାଲୁ କାଟାଗୋରୀକୁ ଯିବାକୁ ହେବ । ଏହାପରେ ୟୁଜର୍ସଙ୍କୁ ୩ ରିଚାର୍ଜ ପ୍ଲାନ୍ ମିଳିବ । ଏହା ମଧ୍ୟରେ ୟୁଜର୍ସଙ୍କୁ ୧୫୫୯ ଟଙ୍କାର ଆନୁଆଲ୍ ପ୍ଲାନ୍ ମିଳିବ ।
ଜିଓର ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୩୩୬ଦିନର ଭ୍ୟାଲିଡିଟି ମିଳିବ । ଏହା ପ୍ରାୟ ୧ ବର୍ଷର ଭ୍ୟାଲିଡିଟି ଅଟେ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୪ଜିବି ଇଣ୍ଟରନେଟ୍ ଡାଟା ମିଳିବ । ଏହା ବ୍ୟତିତ ଅନଲିମିଟେଡ୍ କଲିଂ ଫାଇଦା ମିଳିବ । ଏହା ସହିତ ୩୬୦୦ ଏସଏମଏସ୍‌, ଜିଓ ଟିଭି, ଜିଓ ସିନେମା, ଜିଓ କ୍ଲାଉଡ୍ ଆକ୍ସେସ୍ କରିବାର ସୁବିଧା ମିଳିବ । ଏଥିରେ ଜିଓ ସିନେମା ପ୍ରିମିୟମ ସବସ୍କ୍ରିପସନ ବି ସାମିଲ ରହିଛି ।

Get real time updates directly on you device, subscribe now.