fbpx

କୃଷ୍ଣଚୂଡା ଫୁଲରେ ଲୁଚିରହିଛି ଅନେକ ଔଷଧୀୟ ଗୁଣ, କେଶ ଝଡିବା, ଚନ୍ଦାପଣ ଓ ଆଣ୍ଠୁଗଣ୍ଠି ରୋଗ ପାଇଁ ରାମବାଣ

AAKASH

ଓଡ଼ିଶା ଭାସ୍କର: ଖରାଦିନେ ରାସ୍ତା କଡ଼ରେ କୃଷ୍ଣଚୂଡା ଫୁଲ ଦେଖିବାକୁ ମିଳିଥାଏ । ଏହାର ଲମ୍ବା ବିଶାଳ ଗଛ ଲୋକଙ୍କୁ ଖରାରୁ ଛାଇ ଦେବା ସହ ସୌନ୍ଦର୍ଯ୍ୟକୁ ବଢାଇଥାଏ । ଏହି ଫୁଲକୁ ଦେଖିବା ମାତ୍ରେ ସମସ୍ତଙ୍କ ମନ ଖୁସି ହୋଇଯାଏ । ତେବେ ଲୋକେ ଏହିି କୃଷ୍ଣଚୂଡାର ବହୁତ ଔଷଧୀୟ ଗୁଣ ବିଷୟରେ ଜାଣିନାହାନ୍ତି । ଏହିି ଫୁଲରୁ ତିଆରି ଔଷଧ ଦ୍ୱାରା କେଶ ଝଡିବା, ଆଥ୍ରାଇଟିସ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ତେବେ ଏହାକୁ କିପରି ବ୍ୟବହାର କରିବା ଆସନ୍ତୁ ଜାଣିବା..

କୃଷ୍ଣଚୂଡା ଫୁଲ ଏପ୍ରିଲ, ମେ, ଜୁନ ମାସରେ ଫୁଟିଥାଏ । ଏହା ଗାଁ , ସହର ସବୁଠାରେ ଦେଖିବାକୁ ମିଳିଥାଏ । ବିଶେଷ କରି ସହରରେ ହେଇଥିବା କୃଷ୍ଣଚୂଡା ଫୁଲଗଛରେ ଫୁଲ ଫୁଟିଲେ ଏହା ସହରରେ ସୌନ୍ଦର୍ଯ୍ୟକୁ ଆହୁରି ଅଧିକ ସୁଶୋଭିତ କରିଥାଏ । କିନ୍ତୁ ଏହା କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ , ଆୟୁର୍ବେଦରେ ଏହାର ଅନେକ ବ୍ୟବହାର ପ୍ରଣାଳୀ ରହିଛି । ଆୟୁର୍ବେଦ ବିଜ୍ଞାନରେ ଏହାକୁ ଔଷଧୀୟ ଗୁଣର ଭଣ୍ଡାର କୁହାଯାଇଛି ।

ଏହି ଗଛର ଫୁଲ, ପତ୍ର ଏବଂ ଗଛରେ ଅନେକ ପ୍ରକାରର ଚମତ୍କାରୀ ଔଷଧୀୟ ଗୁଣ ଭରିହୋଇ ରହିଛି । କେଶ ପାଇଁ ଏହା ସର୍ବୋତ୍ତମ ଔଷଧ ବୋଲି ବିଶ୍ୱାସ କରାଯାଏ । ଏହା ମୁଣ୍ଡର କୌଣସି ସମସ୍ୟା, ଯେପରି ମୁଣ୍ଡବିନ୍ଧା, ଚୁଟି ଉପୁଡିବା ଭଳି ସମସ୍ୟାକୁ ଦୂର କରିଥାଏ । କୃଷ୍ଣଚୂଡା ଗଛ ପତ୍ରର ଏକ ପେଷ୍ଟ କରି ମୁଣ୍ଡରେ ଦୁଇମାସ ପର୍ଯ୍ୟନ୍ତ ଲଗାଇଲେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଏହାଛଡା ଆଣ୍ଠୁ ଗଣ୍ଠି ପିଡାରେ ପିଡିତ ଥିବା ଲୋକମାନେ ଏହି କୃଷ୍ଣଚୂଡା ଫୁଲକୁ ପାଣିରେ ପାକାଇ ଫୁଟାଇ ପିଇବା ଦ୍ୱାରା ବହୁତ ଲାଭ ମିଳିଥାଏ । ଆଥ୍ରାଇଟିସରୁ ଶିଘ୍ର ଲାଭ ମିଳିଥାଏ । ପେଟ ଯନ୍ତ୍ରଣା ଏବଂ ଥକ୍କାପଣ ଲୋକମାନଙ୍କୁ ଏହି ଫୁଲର ଗୁଣ୍ଡ ୨-୪ ଗ୍ରାମ ପାଉଡରରେ ମହୁ ମିଶାଇ ଖାଆଇବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.