fbpx

Baby Care ହସ୍ପିଟାଲ ଦୁର୍ଘଟଣାର କିଏ ହେବ ଉତ୍ତରଦାୟୀ? ଆଖି ବୁଜିଲେ ୭ ନବଜାତ

AAKASH

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବିବେକ ବିହାରର ବେବି କେୟାର ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ସମସ୍ତଙ୍କ ଛାତି ତରାଇ ଦେଇଛି । ଏହି ଦୁର୍ଘଟଣାରେ ୭ ଜଣ ନବଜାତ ଶିଶୁ ପ୍ରାଣ ହରାଇଛନ୍ତି । ଏହାବ୍ୟତୀତ ଅଗ୍ନିକାଣ୍ଡ ସମୟରେ ସ୍ଥାନୀୟ ଲୋକେ ଏବଂ ଦମକଳ ବାହିନୀ ମିଶି ପ୍ରଥମ ମହଲାରୁ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଆଖି ବୁଜିଛନ୍ତି । ତେବେ ୭ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ପରେ ସାରା ଦେଶରେ ଏହା ସମସ୍ତଙ୍କ ହୃଦୟ ଥରାଇ ଦେଇଛି । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଏହି ଭୀଷଣ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଜାରି ରଖିଛି ।

ତେବେ ଏହି ଭୟଙ୍କର ଦୁର୍ଘଟଣା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ବେବି କେୟାର ସେଣ୍ଟର ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ । ଏ ନେଇ ସେ କହିଛନ୍ତି ଯେ, ଅଚାନକ ବାହାରେ ଏକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଯେଉଁଥିରେ ଘରର କାଚ ମଧ୍ୟ ଭାଙ୍ଗି ଯାଇଥିବା ସେ କହିଛନ୍ତି । ବାହାରକୁ ଯାଇ ଦେଖିଲୁ ଯେ, ହସ୍ପିଟାଲରେ ଭୟଙ୍କର ନିଆଁ ଜଳୁଥିଲା । ଏହି ସମୟରେ ସେଠାରେ କେହି ଗାର୍ଡ କିମ୍ବା ଅନ୍ୟ କେହି ନଥିଲେ ଏବଂ ହସ୍ପିଟାଲ ମଧ୍ୟ କଭର ହୋଇଥିଲା । ତେଣୁ କାଚ ଭାଙ୍ଗି ସେଠାରେ ଥିବା ପିଲାମାନଙ୍କୁ ଉଦ୍ଦାର କରିବାରେ ଲାଗି ପଡ଼ିଥିଲେ ସେମାନେ । ଏହାବ୍ୟତୀତ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଦୁର୍ଘଟଣା ସମୟରେ ହସ୍ପିଟାଲ ମ୍ୟାନେଜମେଣ୍ଟର କୌଣସି ସଦସ୍ୟ ସେଠାରେ ଉପସ୍ଥିତ ନଥିଲେ । ହସ୍ପିଟାଲରେ ସେଫ୍ଟି ଦେଖିବାକୁ ମିଳି ନଥିଲା କିମ୍ବା ଏନଓସି ମଧ୍ୟ ହସ୍ପିଟାଲରେ ନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଏହାବ୍ୟତୀତ ସେ କହିଛନ୍ତି ଯେ, ହସ୍ପିଟାଲରେ ବାହାରେ ଏକ ଗାଡ଼ିରେ ଥିବା ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ଏହି ବିସ୍ପୋରଣ ଖୁବ ଭୟଙ୍କର ଥିବା ବେଳେ ଏହା ବେବି କେୟାର ମେଡିକାଲରେ ମଧ୍ୟ ନିଆଁ ଧରି ନେଇଥିଲା । ଧିରେ ଧିରେ ନିଆଁ ବିକଟାଳ ରୂପ ନେଇଥିଲା, ଯେଉଥିରେ ମେଡିକାଲର ୭ ଜଣ ନବଜାତ ଶିଶୁ ପ୍ରାଣ ହରାଇଛନ୍ତି । ତେବେ ୧୨ ଜଣ ଶିଶୁଙ୍କୁ ସ୍ଥାନୀୟ ଲୋକେ ଏବଂ ଦମକଳ ବିଭାଗ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ୫ ଜଣ ଜୀବିତ ଏବଂ ଚିକିସବିତ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.