fbpx

(Video)ନିିମ୍ବ ଗଛରେ ଫଳୁଛି ଆମ୍ବ; ମନ୍ତ୍ରୀଙ୍କ ବଗିଚାରେ ଅଜବ ଦୃଶ୍ୟ, ବୈଜ୍ଞାନିକ କହିଲେ ଏହାର କାରଣ

AAKASH

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ କିଛି ଅଜବ ଦୃଶ୍ୟ ନଜରକୁ ଆସିଛି । ଏଠାରେ ଏକ ନିମ୍ବ ଗଛରେ ଆମ୍ବ ଫଳିଥିବାର ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ପଞ୍ଚାୟତ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ବଙ୍ଗଳା ଏବେ ଏହି କାରଣରୁ ଚର୍ଚ୍ଚାର କାରଣ ପାଲଟିଛି । ଏଠାରେ ଏକ ନିମ୍ବ ବୃକ୍ଷ ରହିଛି । କିନ୍ତୁ ଏଥିରେ ଫଳିଥିବା ଫଳ ଆମ୍ବ ପରି ଦେଖାଯାଉଛି । ଶନିବାର ଯେତେବେଳେ ଏହି ଗଛ ଉପରେ ମନ୍ତ୍ରୀଙ୍କ ନଜର ପଡିଛି ସେତେବେଳେ ସେ ଚକିତ ହୋଇପଡିଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଏହି ବୃକ୍ଷର ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଏହାପରେ ସବୁଆଡେ ଏବେ ଏହି ବୃକ୍ଷକୁ ନେଇ ଚର୍ଚ୍ଚା ହେଉଛି ।

ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ନିବାସ ଭୋପାଳର ପ୍ରଫେସର କଲୋନୀ ନିକଟରେ ଥିବା ସିଭିଲ୍ ଲାଇନ୍ ସ୍ଥିତ ବି-୭ ବଙ୍ଗଳାରେ ରହିଛି । ତାଙ୍କ ବଙ୍ଗଳା ଚାରିପଟେ ବହୁ ସଂଖ୍ୟାରେ ଗଛ ଲତା ଲାଗିଛି । ଯାହାଫଳରେ ବଙ୍ଗଳାର ସବୁଜିମା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏହାରି ମଧ୍ୟରେ ଗୋଟିଏ ନିମ୍ବ ବୃକ୍ଷ ରହିଛି ଯେଉଁଥିରେ ଆମ୍ବ ଫଳିଥିବାର ନଜର ଆସିଛି । ଶନିବାର ମନ୍ତ୍ରୀ ବଙ୍ଗଳାର ନୀରିକ୍ଷଣ କରୁଥିବା ବେଳେ ତାଙ୍କ ନଜରରେ ଏହା ପଡିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ୩୦ ବର୍ଷର ଏହି ପୁରୁଣା ନିମ୍ବ ଗଛରେ କିଭଳି ଆମ୍ବ ଫଳିଲା ସେ ସଂପର୍କରେ ଉଦ୍ଭିଦ ବିଜ୍ଞାନୀ କୃଷ୍ଣା ବରମୈୟା କହିଛନ୍ତି ବହୁ ବର୍ଷ ତଳେ ଏହି ନିମ୍ବ ଗଛରେ ଆମ୍ବ ଡାଳର କ୍ରାଫ୍‌ଟିଙ୍ଗ କରାଯାଇଥିବ । ବୃକ୍ଷରେ ଜେନେଟିକ୍ ସମସ୍ୟା ସୃଷ୍ଟି ହୋଇ ନ ଥାଏ । ତେଣୁ ନିମ୍ବ ଗଛରେ ଆମ୍ବ ଡାଳ ଫିଟ୍ ହୋଇଯାଇଥିଲା ଓ ଏବେ ଏହା ଫଳ ଦେବା ଆରମ୍ଭ କରିଛି । ଗଛ ଲତାରେ ଏହା ସମ୍ଭବ ହୋଇଥାଏ କିନ୍ତୁ ମନୁଷ୍ୟଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ ।

Get real time updates directly on you device, subscribe now.