fbpx

IPL Final ମ୍ୟାଚରେ କୋଲକାତା-ହାଇଦ୍ରାବାଦ ମୁକାବିଲା: ଫାଇନାଲ ଲଢେଇରେ କ’ଣ ରହିବ ପ୍ଲେଇଙ୍ଗ-୧୧?

AAKASH

ନୂଆଦିଲ୍ଲୀ: ଆଇପିଏଲ ଫାଇନାଲ ମ୍ୟାଚରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ଫାଇନାଲ ମୁକାବିଲା ଖେଳାଯିବ । ଶ୍ରେୟସ ଆୟର ଏବଂ ପ୍ୟାଟ୍ କମିନ୍ସଙ୍କ ମଧ୍ୟରେ ଆଜିର ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିଛି । କ୍ୱାଲିଫାୟାର-୧ ମ୍ୟାଚରେ ଉଭୟ ଦଳ ମଧ୍ୟରେ ହୋଇଥିବା ଲଢେଇରେ କୋଲକାତା ବିଜୟୀ ହୋଇ ସିଧା ଫାଇନାଲରେ ପ୍ରବେଶ କରିଥିଲା । ତେଣୁ ଆଜିର ମ୍ୟାଚ ପାଇଁ ହାଇଦ୍ରାବାଦ ନୂଆ ରଣନୀତି ପ୍ରସ୍ତୁତ କରିବ । ତେବେ ଏହି ଫାଇନାଲ ଫାଇଟରେ କ’ଣ ରହିବ ଉଭୟ ଦଳର ପ୍ଲେଇଙ୍ଗ-୧୧…

ଟୁର୍ଣ୍ଣାମେଣ୍ଟର ଫାଇନାଲ ନାଇଟରେ କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟ ରେ ମହାଲଢେଇ ଦେଖିବାକୁ ମିଳିବ । ମ୍ୟାଚ ଖୁବ ରୋମାଞ୍ଚକର ହେବାର ଆଶା ରହିଛି । ତେବେ ଏହି ମ୍ୟାଚରେ ବିଶେଷ କରି କୋଲକାତାର ବୋଲିଂ ଏବଂ ହାଇଦ୍ରାବାଦର ବ୍ୟାଟିଂ ଡିପାର୍ଟମେଣ୍ଟ ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିପାରେ । କୋଲକାତା ଦଳରେ ପାୱାର ହିଟର ରହିଥିବା ବେଳେ ସ୍ପିନ ବିଭାଗରେ ବରୁଣ ଚକ୍ରବର୍ତ୍ତୀ ମ୍ୟାଚରେ ବ୍ରହ୍ମାସ୍ତ୍ର ସାଜି ପାରନ୍ତି । ସେହିପରି କୋଲକାତାରେ ସୁନୀଲ ନାରାୟଣ ମଧ୍ୟ ଡବଲ ଆଟାକ ପାଇଁ ପ୍ରସ୍ତୁତ ରହିଛନ୍ତି । ଦମଦାର ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଚକମା ଦେବାକୁ ଶ୍ରେୟସ ସେନା ସୁନୀଲଙ୍କ ଉପରେ ନିର୍ଭର କରିବ ।

ସେପଟେ ହାଇଦ୍ରାବାଦ ଦଳରେ ଷ୍ଟାର ଓପନର ଟ୍ରାଭିସ ହେଡ ଏବଂ ଅଭିଷେକ ଶର୍ମା ଦମଦାର ପ୍ରାରମ୍ଭ କରି ଏକ ବଡ଼ ସ୍କୋର ଲକ୍ଷ୍ୟରେ ରହିବେ । ଟପ୍ ଅର୍ଡର ବ୍ୟତୀତ ହେନରିକ କ୍ଲାସେନଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ । ତେଣୁ ଉଭୟ ଦଳ ପାଇଁ ଟସ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେବେ ସଂଘର୍ଷପୂର୍ଣ୍ଣ ମ୍ୟାଚରେ କିଏ ମାରିବ ବାଜି ଏବଂ କାହାକୁ ମିଳିବ ବିଜୟ ମୁକୁଟ ତାହାକୁ ନେଇ ଆଲୋଚନା ଚାଲିଛି ।

କୋଲକାତା ପ୍ଲେଇଙ୍ଗ-୧୧: ସୁନୀଲ ନାରାୟଣ, ରହମାନୁଲ୍ଲାହ ଗୁରବାଜ, ଭେଙ୍କଟେଶ ଆୟର, ଶ୍ରେୟସ ଆୟର(ଅଧିନାୟକ), ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମନଦୀପ ସିଂହ, ମିଚେଲ ଷ୍ଟାର୍କ, ବୈଭବ ଆରୋରା, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ

ହାଇଦ୍ରାବାଦ ପ୍ଲେଇଙ୍ଗ-୧୧: ଟ୍ରାଭିସ ହେଡ, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ଏଡେନ୍ ମାର୍କରମ, ନୀତିଶ ରେଡ୍ଡୀ, ହେନରିକ କ୍ଲାସେନ୍, ଅବଦୁଲ ସାମଦ, ପ୍ୟାଟ୍ କମିନ୍ସ(ଅଧିନାୟକ), ଭୁବନେଶ୍ୱର କୁମାର, ଜୟଦେବ ଉନାଦକଟ୍, ଟି ନଟରାଜନ୍

Get real time updates directly on you device, subscribe now.