fbpx

PNB କରିବାକୁ ଯାଉଛି ଏକ ବଡ ପରିବର୍ତ୍ତନ; ବନ୍ଦ ହୋଇଯିବ ଏମ୍‌ପାସବୁକ୍‌, ଏବେ ଏହିସେବା କିପରି ପାଇବେ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ପିଏନ୍‌ବି ଆକାଉଣ୍ଟ ହୋଲ୍ଡରଙ୍କ ଲାଗି ଜରୁରୀ ଖବର । ପିଏନବି ଏମ୍‌ପାସବୁକ୍ ଖୁବ୍ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଏବେ ସମସ୍ତ ୟୁଜର୍ସଙ୍କୁ ପାସବୁକ୍ ବିବରଣୀ ଚେକ୍ କରିବା ଲାଗି ପିଏନବି ୱାନ୍ ଆପ୍‌ର ବ୍ୟବହାର କରିବାକୁ ପଡିବ । ପିଏନ୍‌ବି ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଏମ୍ ପାସବୁକ୍ ଆପ୍ ୧ ଡିସେମ୍ବର ୨୦୨୩ରେ ବନ୍ଦ ହୋଇଯିବ । ଏହି ସେବା ଏବେ ପିଏନ୍‌ବି ୱାନ୍ ଆପ୍‌ରେ ଉପଲବ୍ଧ ହେବ ।

ପିଏନ୍‌ବି ଏମ ପାସବୁକ୍ ଆପ୍ ଫିଜିକାଲ ପାସବୁକ୍‌ର ଡିଜିଟାଲ ଅବତାର । ଏଥିରେ ଗ୍ରାହକ ବହୁ ସହଜରେ ନିଜର ମିନି ଷ୍ଟେଟମେଣ୍ଟ ଓ କାରବାରର ପୁରା ହିଷ୍ଟ୍ରୀ ସହଜରେ ମୋବାଇଲ ଆପ୍‌ରେ ଦେଖିପାରିବେ । ଏହି ଆପ୍ ସହାୟତାରେ ଟଙ୍କା ଦବା କି ନବା ହୋଇପାରିବ ନାହିଁ । ଏହା କେବଳ ପାସବୁକ୍ ବିବରଣୀ ଜାଣିବା ପାଇଁ ଉଦ୍ଦିଷ୍ଟ ।

ଅନ୍ୟପକ୍ଷରେ ପିଏନ୍‌ବି ୱାନ୍ ଆପ୍ ପିଏନ୍‌ବିର ଏକ ମୋବାଇଲ ଆପ୍ । ଏଥିରେ ଆପଣ ବାଲାନ୍ସ ଚେକ୍ କରିବା ସହିତ ଟଙ୍କା ଦେବା ନେବା, ପାସବୁକ୍ ବିବରଣୀ ଦେଖିବା, କ୍ରେଡିଟ୍ ଓ ଡେବିଟ୍ କାର୍ଡ ଲାଗି ଆବେଦନ ସହିତ ଅନ୍ୟାନ୍ୟ ବ୍ୟାଙ୍କିଂ ସୁବିଧାର ଫାଇଦା ଉଠାଇପାରିବେ ।

କିପରି କରିବେ ପଞ୍ଜିକରଣ:
-ଆପଣଙ୍କ ପାଖରେ ପିଏନ୍‌ବିର ଆକ୍ଟିଭ୍ ଆକାଉଣ୍ଟ ଥିବା ସହିତ ଏଥିରେ ମୋବାଇଲ୍ ନମ୍ବର ରହିଥଇବା ଉଚିତ ।
-ଏହାପରେ ଆପଣଙ୍କୁ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପଲ ଷ୍ଟୋରରୁ ପିଏନ୍‌ବି ୱାନ ଆପ୍ ଡାଉନଲୋଡ୍ କରିବାକୁ ହେବ ।
-ପିଏନ୍‌ବି ୱାନ୍ ଆପ୍‌କୁ ଓପନ୍ କରି ନ୍ୟୁ ୟୁଜର ଉପରେ କ୍ଲିକ୍ କରିବାକୁ ହେବ ।
-ଏହାପରେ ଆକାଉଣ୍ଟ ନମ୍ବର ଦେଇ ମୋବାଇଲ୍ ବ୍ୟାଙ୍କିଂ ଚୟନ କରନ୍ତୁ ।
-ଆପଣଙ୍କ ପଞ୍ଜୀକୃତ ମୋବାଇଲକୁ ଏକ ଓଟିପି ଆସିବ ଯାହାକୁ ଆପଣ ସେଠାରେ ଦାଖଲ କରନ୍ତୁ ।
-ଡେବିଟ୍ କାର୍ଡ ସହିତ /ଡେବିଟ୍ କାର୍ଡ ବିନା/ ଆଧାର ଓଟିପି ମଧ୍ୟରୁ କୌଣସି ଗୋଟିଏ ଅପ୍ସନ ବାଛନ୍ତୁ ।
-ଡେବିଟ୍ କାର୍ଡ ବିକଳ୍ପ ଚୟନ କରିଥିଲେ ଆପଣଙ୍କୁ କାର୍ଡର ବିବରଣୀ ଦେବାକୁ ହେବ । କିନ୍ତୁ ଏହା ବିନା ପଞ୍ଜୀକରଣ କରୁଥିଲେ ଆକାଉଣ୍ଟ ଡିଟେଲ ଦେବାକୁ ହେବ ।
-ଏବେ ଆପଣଙ୍କ ଲଗ୍ ଇନ୍ ଓ ଟ୍ରାନଜାକସନ୍ ପାସୱାର୍ଡ ସେଟ୍ କରନ୍ତୁ ।
-ଏବେ ଆପଣଙ୍କ ପଞ୍ଜିକରଣ ହୋଇଯିବ ଓ ୟୁଜର ଆଇଡି ମେସେଜ୍ ଜରିଆରେ ଆସିଯିବ ।
-ଏହାର ସାହାଯ୍ୟରେ ସାଇନ୍ ଇନ୍ କରି ଏମ୍ ପିନ୍ ସେଟ୍ କରନ୍ତୁ । ଏବେ ଆପଣ ପିଏନ୍‌ବି ୱାନ ଆପ୍ ବ୍ୟବହାର କରିପାରିବେ ।

Get real time updates directly on you device, subscribe now.