fbpx

ଭଡାଟିଆଙ୍କ ପାଇଁ ବଡ ଖବର: ଆଉ ଚଳିବନି ଘର ମାଲିକଙ୍କ ଦାଦାଗିରି, ଆସୁଛି ନୂଆ ନିୟମ

ନୂଆଦିଲ୍ଲୀ,୨୭ ।୮: ଭଡାଟିଆଙ୍କ ପାଇଁ କେନ୍ଦ୍ର ସରକାର ଖୁବଶୀଘ୍ର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ଗୃହ ଓ ନଗର ମନ୍ତ୍ରାଣଳୟର ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି ଯେ, ଭଡା ଘରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ବାଣିଜ୍ୟ ଓ ଉଦ୍ୟୋଗ ସଙ୍ଗଠନ ଆସୋଚାମ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ସେ ଏହି ସୂଚନା ଦେଇଛନ୍ତି ।

ତେବେ ଗୃହ ସଚିବ କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ସମୟରେ ଥିବା ଭଡା ନିୟମ ଭଡାଟିଆମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଣୟନ କରାଯାଇଛି । ୨୦୧୧ର ଜନଗଣନା ଅନୁସାରେ ଦେଶରେ ୧.୧ କୋଟିରୁ ଅଧିକ ଘର ଖାଲି ପଡିଛି । କାହିଁକି ନା ଲୋକମାନେ ଭଡାରେ ଦେବାକୁ ପାଇଁ ଡରୁଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ପ୍ରତ୍ୟେକ ରାଜ୍ୟ ଏହି ଆଦର୍ଶ ଆଇନକୁ ଲାଗୁ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ ।

ସେ କହିଚନ୍ତି ଯେ, ‘ ଆଶା ଅଛି କି ଏହି ଆଇନ ଲାଗୁ ହେବା ପରେ ଖାଲି ପଡିଥିବା ଫ୍ଲାଟଗୁଡିକର ୬୦-୮୦ ପ୍ରତିଶତ ଭଡା ବଜାରରୁ ଆସିଯିବ । ରିଅଲ ଇଷ୍ଟେଟ୍ ଡେଭଲପର ନିଜର ବିକ୍ରି ହେଉନଥିବା ଘରକୁ ଭଡା ଘରେ ମଧ୍ୟ ରୂପାନ୍ତର କରିପାରିବେ ।

Get real time updates directly on you device, subscribe now.