ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ହାଇକୋର୍ଟରୁ ଏକ ବଡ଼ ଅଶ୍ଵସ୍ତି ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପାକିସ୍ତାନର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ସରକାରୀ ଗୁପ୍ତ ଡକ୍ୟୁମେଣ୍ଟ ଲିକ୍ ମାମଲାରେ ତାଙ୍କୁ ଶୁକ୍ରବାର ଦିନ ଏହି ଜାମିନ ପ୍ରଦାନ କରାଯାଇଛି। କୋର୍ଟ ତାଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ଶାହ ମହମଦ କୁରେଶୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି। ଡନ୍ ଖବରକାଗଜର ଖବର ଅନୁଯାୟୀ, ସର୍ବୋଚ୍ଚ ନ୍ୟାୟାଳୟ ପାକିସ୍ତାନ ତେହେରିକ୍-ଇ-ଇନସାଫ୍ (ପିଟିଆଇ) ର ଏହି ନେତାମାନଙ୍କୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଏକ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସର୍ଦ୍ଦାର ତାରିକ ମାସୁଦଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠ ପିଟିଆଇର ଆବେଦନ ଉପରେ ଜଷ୍ଟିସ୍ ଅଥର୍ ମୀନାଲା ଏବଂ ଜଷ୍ଟିସ୍ ସୟଦ ମାନସୁର ଅଲି ଶାହା ଏହି ଦୁଇଜଣ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ଏହି ଅଭିଯୋଗ ଉପରେ ଆଧାରିତ ଯେ, ଗତ ବର୍ଷ ମାର୍ଚ୍ଚରେ ପାକିସ୍ତାନ ଦୂତାବାସ ଦ୍ୱାରା ପଠାଯାଇଥିବା ରାଜନୈତିକ ଡକ୍ୟୁମେଣ୍ଟକୁ ଖାନ ଏବଂ କୁଶେକ ଭଲଭାବେ ସମ୍ଭାଳି ପରିଲେନାହିଁ ଏବଂ ସେମାନେ ଆଇନର ଗୋପନୀୟତା ଆଇନକୁ ଉଲ୍ଲଘଂନ କରିଛନ୍ତି । ତେବେ ତୋସାଖାନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଖାନ ଜେଲରେ ରହିବେ। ଫେଡେରାଲ ଅନୁସନ୍ଧାନ ଏଜେନ୍ସିର ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ଖାନ ଏହି ଡକ୍ୟୁମେଣ୍ଟକୁ କେବେ ଫେରସ୍ତ କରିନାହାଁନ୍ତି।