fbpx

ବଡ଼ ଖବର: ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବନାହିଁ ପାକିସ୍ତାନ ଟିମ୍‌, ଜାଣନ୍ତୁ କେଉଁଠି ଖେଳିବ ପାକିସ୍ତାନ

ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ଆଇସିସି ବିଶ୍ୱକପ ଆୟୋଜନ କରୁଥିବା ବେଳେ ପାକିସ୍ତାନ ଏସିଆ କପ୍ ଆୟୋଜନ କରୁଛି । ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବା ପାଇଁ ମନା କରିଦେବା ପରେ ସମାନ ଅଭିମୁଖ୍ୟ ପାକିସ୍ତାନ ମଧ୍ୟ ଆପଣାଇଛି । ୨୦୨୩ ବର୍ଷ ଶେଷରେ ଭାରତରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏହି ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସୁଛି । ପାକିସ୍ତାନ ଦଳ ବିଶ୍ୱକପ ମ୍ୟାଚ୍ ଖେଳିବାକୁ ଭାରତ ଆସିବ ନାହିଁ । ପାକିସ୍ତାନ ବାଂଲାଦେଶରେ ୨୦୨୩ ଦିନିକିଆ ବିଶ୍ୱକପ ମ୍ୟାଚ୍ ଖେଳିପାରେ ବୋଲି ଆଲୋଚନା ଚାଲିଛି ।

ଇଏସ୍‌ପିଏନ୍ କ୍ରିକ୍‌ଇନ୍‌ଫୋ ରିପୋର୍ଟ ମୁତାବକ ଦୁଇ ଦେଶ ମଧ୍ୟରେ ରାଜନୈତିକ ତଥା ସୀମା ବିବାଦକୁ ନଜରରେ ରଖି, ଏହି ବିଷୟ ଉପରେ ଆଇସିସି ସ୍ତରରେ ଆଲୋଚନା ହୋଇଥିଲା । ଯେଉଁଥିରେ ଏସିଆ କପ୍ ଭଳି ଉପାୟକୁ ସମାଧାନ ରୂପେ ଗ୍ରହଣ କରାଯାଇଛି । ପାକିସ୍ତାନ ଚଳିତ ବର୍ଷ ଏସିଆ କପ୍ ଆୟୋଜନ କରୁଛି କିନ୍ତୁ ଭାରତ ଏହା ଏକ ନିରପେକ୍ଷ ସ୍ଥାନରେ ଖେଳିବ । ଏଭଳି ପରିସ୍ଥିତିରେ ଏବେ ପାକିସ୍ତାନରୁ ମଧ୍ୟ ସମାନ ଯୋଜନା ଦେଖାଯାଉଛି ।

ଚଳିତ ବର୍ଷ ପାକିସ୍ତାନ ଏସିଆ କପ ଆୟୋଜନ କରୁଥିବା ବେଳେ, ଭାରତ ପାକିସ୍ତାନ ଯିବାକୁ ମନା କରିଦେଇଥିଲା । ଏହାପରେ ଏହି ବିଷୟରେ ବିବାଦ ବଢିଥିଲା । ପରେ ଦୁଇ ବୋର୍ଡ ମଧ୍ୟରେ ଆଲୋଚନା କରାଯାଇ ଭାରତ ଏକ ନିରପେକ୍ଷ ସ୍ଥାନରେ ମ୍ୟାଚ୍ କେଳିବ ବୋଲି ନିଷ୍ପତି ହୋଇଥିଲା । ଭାରତ ଏହାର ମ୍ୟାଚ୍ ଗୁଡ଼ିକ ଇଂଲଣ୍ଡ, ୟୁଏଇ, ଓମାନ କିମ୍ବା ଶ୍ରୀଲଙ୍କାରେ ଖେଳିପାରେ ।

Get real time updates directly on you device, subscribe now.