fbpx

Video: ଅମ୍ରିତପାଲର ପ୍ରଥମ ଭିଡିଓ ସାମ୍ନାକୁ ଆସିଲା, ଉତ୍ତେଜନାପୂର୍ଣ୍ଣ କଥା କହି ପୋଲିସକୁ ଦେଲା ଖୋଲା ଚ୍ୟାଲେଞ୍ଜ

ନୁଆଦିଲ୍ଲୀ: ଖଲିସ୍ତାନ ରାଷ୍ଟ୍ର ଦାବି କରୁଥିବା ଅମ୍ରିତପାଲ ସିଂକୁ ପଞ୍ଜାବ ପୋଲିସ ଏବେ ମଧ୍ୟ ଖୋଜୁଛି । ଏହାରି ମଧ୍ୟରେ ଅମ୍ରିତ ପାଲ ସିଂ ଫେସ୍‌ବୁକ୍‌ରେ ଲାଇଭ୍ କରିଛି । ଏହି ଭିଡିଓରେ ସେ ଭାରତ ତଥା ବିଦେଶର ଶିଖ ସମ୍ପ୍ରଦାୟର ଲୋକଙ୍କୁ ଅନ୍ୟାୟ ବିରୋଧରେ ଲଢିବାକୁ ଆହ୍ୱାନ୍ ଦେଇଛି ।

ସେ କହିଛନ୍ତି ଯେ ତାଙ୍କ ସହଯୋଗୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ଉପରେ ଏନଏସଏ ଲାଗୁ କରାଯାଇଛି । ଭିଡିଓରେ ପଳାତକ ଅମୃତପାଲ ଲୋକ ମାନଙ୍କୁ ଉସକାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ସେ କହିଛି ଯେ, ଶିଖମାନଙ୍କୁ ଏକ ବଡ଼ କାରଣ ପାଇଁ ଏକଜୁଟ ହେବାକୁ ପଡିବ ।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ କହିଛି ଯେ, ପଞ୍ଜାବରେ ରହିବା ସମୟରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବାରୁ ଅମୃତପାଲ ଏହି ଭିଡିଓ ଜାରି କରିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପଞ୍ଜାବ ପୋଲିସ ଅମୃତପାଲ ସିଂଙ୍କୁ ଲୁଚିଥିବା ସମ୍ଭାବନା ଥିବା ସ୍ଥାନ ଉପରେ ଚଢ଼ାଉ ଆରମ୍ଭ କରିଛି। ଅମ୍ରିତପାଲ ସିଂ ଗତ ୧୨ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଲୁଚି ବୁଲୁଛି ଏବଂ ପୋଲିସର ବ୍ୟାପକ ସର୍ଚ୍ଚ ଅପରେସନ୍ ସତ୍ତ୍ୱେ ତାକୁ ଧରିବାରେ ସଫଳ ହୋଇନାହିଁ। ତେବେ ଆଜି ପୋଲିସ ସୂତ୍ରରୁ ଖବର ପ୍ରକାଶ ପାଇଥିଲା ଯେ ଅମ୍ରିତପାଲ ସିଂ ପଞ୍ଜାବକୁ ଫେରି ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି।

 

Get real time updates directly on you device, subscribe now.