fbpx
BJD SKY
BJD SKY

ଚନ୍ଦ୍ରରେ କାଚ ମୋତି ରହିଛି, ଆଉ ସେଥିରେ ୩୦ ହଜାର କୋଟି ଲିଟର ଜଳ.. ଚୀନ ବୈଜ୍ଞାନିକଙ୍କ ଦାବି

BJD

ନୂଆଦିଲ୍ଲୀ : ଚନ୍ଦ୍ର ପୃଷ୍ଠାରେ ମାଟି ଓ ପାଣି ଥିବା ବୈଜ୍ଞାନିକମାନେ ପୂର୍ବରୁ ଆବିଷ୍କାର କରିଥିଲେ । କିନ୍ତୁ ଏବେ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନା ଆସିଛି । ଏବେ ଚୀନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଚନ୍ଦ୍ରରେ ପାଣି ରହିଛି , ତାହା ପୁଣି ଗୋଟିଏ ବା ଦୁଇ ଲିଟର ପାଣି ନୁହେଁ, ବରଂ ୩୦ ହଜରା କୋଟି ଲିଟର । ସେ ପାଣି ମାଟିରେ ନୁହେଁ, ମୋତିରେ ରହିଛି ।

ତେଣୁ ଏଠାରେ ପ୍ରଶ୍ନ ଉଠେ ଯେ, ୩୦ ହଜାର ଲିଟର ପାଣି କାଚ ମୋତି ଭିତରେ ରହିଛି କିଭଳି । ଏହାର ଅର୍ଥ ପାଣିକୁ ଉଚେଇ ରଖିବା ପାଇଁ ଚନ୍ଦ୍ର ପୃଷ୍ଠରେ ମୋତି ମଧ୍ୟ ରହିଛି । ତାହା ପୁଣି ଏତେ ମାତ୍ରାରେ ରହିଛି, ଯାହା ୩୦ ହଜାର ଲିଟର ପାଣି କୁ ସାଇତି ରଖିିବାକୁ ସମର୍ଥ ହୋଇଛି ।

ଡିସେମ୍ବର ୨୦୨୦ ରେ ରୋଭର ମାଟିର ନମୁନା ନିଆଯାଇଥିଲା । ଏହାକୁ ପୃଥିବୀ ପୃଷ୍ଠକୁ ଅଣାଯାଇ ପରୀକ୍ଷା ମଧ୍ୟ କରାଯାଇଥିଲା । ଆପୋଲୋ ଚନ୍ଦ୍ର ନମୁନା ସମୟରେ ଅଣାଯାଇଥିବା ମାଟିରେ ଏହି ମୋତି ମଧ୍ୟ ମିଳିଥିଲା । ଭବିଷ୍ୟତରେ ଚନ୍ଦ୍ରରେ ମାନବ ବସତି ସ୍ଥାପନ ପାଇଁ ଏହି ମୋତିରୁ ଜଳ ବାହାର କରାଯାଇପାରିବ ବୋଲି ଆଶା କରାଯାଉଛି। ଏଠାରେ ପ୍ରାୟ ୩୦ ହଜାର କୋଟି ଲିଟର ପାଣି ଉପସ୍ଥିତ ଅଛି । ଏହାର ରିପୋର୍ଟ ୨୭ ମାର୍ଚ୍ଚ ୨୦୨୩ ରେ ପ୍ରକୃତି ଜିଓ ସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି।

Get real time updates directly on you device, subscribe now.