fbpx

Actress ତମନ୍ନା ଭାଟିଆଙ୍କ ପାଇଁ ବଡ଼ ସମସ୍ୟା! ସଞ୍ଜୟ ଦତ୍ତଙ୍କ ପରେ ସମନ୍ କଲା ସାଇବର ସେଲ

ନୂଆଦିଲ୍ଲୀ: ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ପାଇଁ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି । ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ତମନ୍ନାଙ୍କୁ ସମନ୍ ପଠାଯାଇଛି । ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏହି ଏଜେନ୍ସି ପକ୍ଷରୁ ସମନ୍ କରାଯାଇଥିଲା । ବର୍ତ୍ତମାନ ତମନ୍ନା ମଧ୍ୟ ଏହି ଜାଲରେ ଛନ୍ଦି ହୋଇଛନ୍ତି । ଆଇପିଏଲ ମ୍ୟାଚ ଷ୍ଟ୍ରିମିଙ୍ଗ ମାମଲାରେ ପଚରାଉଚରା କରିବା ପାଇଁ ତମନ୍ନାଙ୍କୁ ସମନ୍ ପଠାଇଛି ମହାରାଷ୍ଟ୍ର ସାଇବର ସେଲ୍ । ତେଣୁ ଆସନ୍ତା ଏପ୍ରିଲ ୨୯ ତାରିଖରେ ତମନ୍ନାଙ୍କୁ ଉପସ୍ଥିତ ହେବା ପାଇଁ କୁହାଯାଇଛି ।

ବେଆଇନ୍ ଭାବରେ ଆଇପିଏଲ ମ୍ୟାଚ ଷ୍ଟ୍ରିମିଙ୍ଗ କରବାକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ । ଏ ନେଇ ମହାରାଷ୍ଟ୍ର ସାଇବର ସେଲ୍ ତାଙ୍କୁ ପଚରାଉଚରା ପାଇଁ ସମନ୍ ପଠାଇଛି । ଆସନ୍ତା ୨୯ ତାରିଖରେ ତମନ୍ନାଙ୍କୁ ସାଇବର ବ୍ରାଞ୍ଚରେ ଉପସ୍ଥିତ ହେବା ପାଇଁ ନୋଟିସ ଦିଆଯାଇଛି । ଫେୟାରପ୍ଲେ ଆପରେ ଆଇପିଏଲ ମ୍ୟାଚର ଷ୍ଟ୍ରିମିଙ୍ଗ କରୁଥିବା ମାମଲାରେ ତମନ୍ନାଙକୁ ଜେରା କରିବ ମହାରାଷ୍ଟ୍ର ସାଇବର ସେଲ୍ । ରିପୋର୍ଟ ଅନୁସାରେ, ଏଭଳି କାର୍ଯ୍ୟ ପାଇଁ ଭାୟାକମ୍ ୧୮କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

Tamannaah Bhatia, Tamannaah Bhatia News, Tamannaah Bhatia Films, Tamannaah Bhatia summoned for questioning by Maharashtra Cyber branch, Tamannaah Bhatia connection with the illegal IPL streaming case, why Maharashtra Cyber branch summoned Tamannaah Bhatia, Sanjay Dutt summoned for questioning by Maharashtra Cyber branch M

ତେବେ ତମନ୍ନାଙ୍କ ପୂର୍ବରୁ ଏହି ମାମଲାରେ ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ମଧ୍ୟ ଫସି ସାରିଛନ୍ତି । ରିପୋର୍ଟ ଅନୁସାରେ, ୨୦୨୩ ମସିହାରେ ଭାୟାକମ୍ ୧୮ର ଅଭିଯୋଗ ପରେ ଏକ ମାମଲା ରୁଜୁ ହୋଇଥିଲା । କମ୍ପାନୀ ନିକଟରେ ଆଇପିଏଲ ମ୍ୟାଚ ପ୍ରସାରଣ କରିବା ପାଇଁ ଚୁକ୍ତି ରହିଥିବା ବେଳେ ଆଇପିଏଲ ପାଇଁ ଆଇପିଆର ମଧ୍ୟ ରହିଛି । ଏହାପରେ ମଧ୍ୟ ବେଟିଂ ଆପ୍ ଫେୟାରପ୍ଲେ ପ୍ଲାଟଫର୍ମରେ ବେଆଇନ୍ ଭାବରେ ମ୍ୟାଚ୍ ଷ୍ଟ୍ରିମିଙ୍ଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାଦ୍ୱାରା ଭାୟାକମ୍୧୮କୁ ପ୍ରାୟ ୧୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ତେବେ ଏହି ମାମଲାରେ ବାଦଶାହ, ସଞ୍ଜୟ ଦତ୍ତ, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ ଏବଂ ତମନ୍ନା ଭାଟିଆଙ୍କ ସହ ଅନେକ ସେଲିବ୍ରିଟି ଫସିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.