fbpx

ଶୋଇବା ପୂର୍ବରୁ ପାଣିରେ ମିଶାଇ ସେବନ କରନ୍ତୁ ଏହି ଜିନିଷ, ମିଳିବ ଜବରଦସ୍ତ ସ୍ୱାସ୍ଥ୍ୟ ଫାଇଦା

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ହେଲେଣି । ନିଜକୁ ମେଣ୍ଟେନ୍ କରିବା ପାଇଁ ଜିମ୍‌, ମର୍ଣ୍ଣିଂ ୱାକ୍‌, ଏରୋବିକ୍ସ ଏବଂ ଯୋଗ କରିବା ସହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଡାଏଟ୍ ଚାର୍ଟ ଫଲୋ କରୁଛନ୍ତି । ସାଧାରଣତଃ ଶରୀରକୁ ରୋଗମୁକ୍ତ ରଖିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । ଏଥିମଧ୍ୟରୁ apple cider vinegar ଅନ୍ୟତମ । ଏହା ହେଉଛି Appleର ଏକ ପ୍ରକାର ଭିନେଗାର ଯାହାକୁ ଆପଲ ରସର ଭଲ ବ୍ୟାକ୍ଟେରିୟା ଏବଂ ଇଷ୍ଟ ସାହାଯ୍ୟରେ ଫର୍ମେଣ୍ଟ କରାଯାଇ ତିଆରି କରାଯାଇଥାଏ । Apple cider vinegar ରୋଷେଇରେ ବ୍ୟବହାର କରାଯିବା ସହ ପେୟ/ଡ୍ରିଙ୍କ୍‌ସ, ସାଲାଡ ଏବଂ ଡ୍ରେସିଂରେ ବ୍ୟବହାର କରିପାରିବା । ବିଶେଷକରି ପାଚନ ସମସ୍ୟା ଏବଂ ଓଜନ ହ୍ରାସ କରିବା ପାଇଁ ଏହା ବେଶ ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବା ଉଚିତ ।

୧. ପାଚନ ପ୍ରକ୍ରିୟା: ପାଚନ ପ୍ରକ୍ରିୟାକୁ ସୁଧାରିବା ପାଇଁ ରାତିରେ ଖାଇବାର ଅଧ ଘଣ୍ଟା ପରେ ଆପଲ ସାଇଡର ଭିନେଗାର ଗୋଟିଏ ଗ୍ଲାସ ପାଣି(କିମ୍ବା ୧୫ରୁ ୩୦ ଏମଏଲ୍ ପାଣି)ରେ ୧ରୁ ୨ tbsp ମିଶାଇ ସେବନ କରିବା ଉଚିତ ।

୨. ଓଜନ ହ୍ରାସ: ଓଜନ ହ୍ରାସ ପାଇଁ ଆପଲ ସାଇଡର ଭିନେଗାର ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଫ୍ୟାଟ୍ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ । ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ ପାଣିରେ ୧ tbsp ମିଶାଇ ସେବନ କରିବା ଲାଭଦାୟକ ହୋଇଥାଏ ।ଳ ନିୟମିତ ଭାବରେ ଏହା ସେବନ କରିବା ଦ୍ୱାରା ଭୋକ କମ୍ ହୋଇଥାଏ ଏବଂ ଓଭର ଇଟିଂରୁ ଦୂରେଇ ଥାଉ ।

୩. ରକ୍ତଚାପ ନିୟନ୍ତ୍ରଣ: ହାର୍ଟ ଜନିତ ସମସ୍ତ ସମସ୍ୟା ପାଇଁ ଆପଲ ସାଇଡର ଭିନେଗାର ସେବନ କରିବା ଉତ୍ତମ ହୋଇଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହେବା ସହ ହାର୍ଟ ସମସ୍ୟାର ଆଶଙ୍କା କମିଥାଏ ।

୪. ତ୍ୱଚା ପାଇଁ ଉତ୍ତମ: ଆପଲ ସାଇଡର ଭିନେଗାର ସେବନ କରିବା ଦ୍ୱାରା ତ୍ୱଚାର ପିଏଚ୍ ସ୍ତର ସନ୍ତୁଳିତ ରହିଥାଏ । ଏହା ବ୍ୟତୀତ କୁଣ୍ଡିଆ, ଆଲର୍ଜୀ, ଇନଫେକସନ ଭଳି ସ୍ଥିତିରେ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ ଏବଂ ତ୍ୱଚା ସୁସ୍ଥ ଏବଂ ଗ୍ଲୋଇଂ ରଖିବାରେ ସହାୟକ ହୋଇଥାଏ ।

ମନେରଖନ୍ତୁ ପ୍ରଥମ ଥର ପାଇଁ ଆପଲ ସାଇଡର ଭିନେଗାର ସେବନ କରୁଥିଲେ ଅଳ୍ପ ମାତ୍ରାରୁ ଆରମ୍ଭ କରିପାରିବେ । ଏଥିପାଇଁ ଗୋଟିଏ ଗ୍ଲାସ ପାଣିରେ ଆପଲ ସାଇଡର ଭିନେଗାରର ୫ରୁ ୧୦ ଏମଏଲ୍ ମିଶାଇ ସେବନ କରନ୍ତୁ ।

Get real time updates directly on you device, subscribe now.