ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣା ମାମଲାରେ ହୋଇଛି ବଡ଼ ଖୁଲାସା । ବୟଫ୍ରେଣ୍ଡଙ୍କ ବ୍ଲାକମେଲ କାରଣରୁ ଶ୍ୱେତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା ପାଇଁ ଉସୁକା ଯାଇଥିବା ମାମଲା ରୁଜୁ ହୋଇଛି । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି ସନ୍ଦିଗ୍ଧଙ୍କ ନାଁ । ଡାଏରୀରେ ଥିବା ନାଁ ଶ୍ୱେତାଙ୍କ ବୟଫ୍ରେଣ୍ଡର ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିପାରେ ପୋଲିସ । ତେବେ ଗତକାଲି ଆର୍ଟମେଣ୍ଟରୁ ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।
ତେବେ ଭୁବନେଶ୍ୱର,ଏନ୍ଏନ୍ଏସ୍: ଶୈଳଶ୍ରୀ ବିହାରର ଏକ ଆର୍ଟମେଣ୍ଟରୁ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଯୁବତୀ ଜଣଙ୍କ ଭଦ୍ରକ ଅଞ୍ଚଳର ଶ୍ୱେତା ଉତ୍କଳ କୁମାରୀ ।
ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ । ଶନିବାର ପୋଲିସ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା । ପରିବାର ଲୋକଙ୍କୁ ମୃତଦେହ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯାଇଛି । ଶ୍ୱେତାଙ୍କ କଲ ଡିଟେଲ୍ସ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ ଚଳାଇଛି ପୋଲିସ । ତଦନ୍ତ ପରେ ପ୍ରକୃତ କାରଣ କଣ ତାହା ସାମ୍ନାକୁ ଆସିବ ।