fbpx

ମହାଠକ ଚନ୍ଦ୍ରଶେଖରକୁ ନେଇ ବଡ଼ ଖୁଲାସା; ଜାକଲିନଙ୍କୁ ଗିଫ୍ଟ କରିଥିଲେ ୫୨ ଲକ୍ଷର ଘୋଡା ଓ ୯ଲକ୍ଷ ଟଙ୍କାର ବିଲେଇ

ନୂଆଦିଲ୍ଲୀ: ତିହାଡ ଜେଲରେ ବସି ୨୦୦ କୋଟି ଟଙ୍କା ଠକେଇ କରିଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚାର୍ଜସିଟରେ ଆଶ୍ଚର୍ୟ୍ୟଜନକ ତଥ୍ୟ ପ୍ରକାଶ କରାଯାଇଛି । ଶନିବାର ଦିନ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଅନୁସନ୍ଧାନକାରୀ ସଂସ୍ଥା କହିଛନ୍ତି ଯେ ସୁକେଶ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୫୨ ଲକ୍ଷ ମୂଲ୍ୟର ଘୋଡା ଏବଂ ୯ ଲକ୍ଷ ମୂଲ୍ୟର ପାର୍ସୀ ବିଲେଇ ଉପହାର ଦେଇଛନ୍ତି । କେବଳ ଏତିକି ନୁହେଁ, ଚାର୍ଜସିଟରେ ନୋରା ଫତେହିଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ଦାମୀ ଉପହାର ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଇଡିର ଅଭିଯୋଗପତ୍ରରେ କୁହାଯାଇଛି ଯେ, ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କୁ ମହାଠକ ଚନ୍ଦ୍ରଶେଖର ଦେଇଥିବା ୧୦ କୋଟି ଟଙ୍କାର ଉପହାର ମଧ୍ୟରେ ୫୨ ଲକ୍ଷର ଘୋଡା ଓ ୯ ଲକ୍ଷ ଟଙ୍କାର ବିଲେଇ ସାମିଲ ରହିଛି । ତଦନ୍ତାକାର ସଂସ୍ଥା ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ର ପଟିଆଲା ହାଉସ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ତିହାଡ ଜେଲରେ ଗିରଫ ହୋଇ ଭର୍ତ୍ତି ହୋଇଥିବା ସୁକେଶ ଜଣେ ବ୍ୟବସାୟୀଙ୍କ ଠାରୁ ୨୦୦ କୋଟି ଟଙ୍କା ଆଦାୟ କରିଥିଲା ।

ତେବେ ଇଡି ଚାର୍ଜସିଟ୍ ରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି ଓ ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ନାମ ସାମିଲ କରିଛି । ନୋରା ଫତେହିଙ୍କୁ ସୁକେଶ ଦାମି ଉପହାର ଦେଇଥିବା ଚାର୍ଜସିଟ୍ ରେ ଇଡି ଉଲ୍ଲେଖ କରିଛି । ଏଥିସହିତ ଚଳିତ ବର୍ଷ ଆରମ୍ଭ ରେ ହିଁ ସୁକେଶ ଓ ଜାକଲିନ୍ ସମ୍ପର୍କକୁ ଆସିଥିବା କଥା ଉଲ୍ଲେଖ କରାଯାଇଛି । ଏହାପରଠାରୁ ଜାକଲିନ୍ ଙ୍କୁ କୋଟି କୋଟି ଟଙ୍କାର ଦାମୀ ଉପହାର ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.