fbpx

ହ୍ୱାଟସଆପ୍ ୟୁଜର୍ସଙ୍କୁ ଏଲନ୍ ମସ୍କଙ୍କ ବଡ ୱାର୍ଣ୍ଣିଂ, କହିଲେ ଆପଣଙ୍କ ଡାଟା ଲିକ୍ ହେଉଛି

AAKASH

ନୂଆଦିଲ୍ଲୀ: ହ୍ୱାଟସଆପ୍ ମେସେଜିଂ ଆପ୍ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଏଥର ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଏହାପରେ ୟୁଜର୍ସଙ୍କୁ ନିଜ ଡାଟାକୁ ନେଇ ଚିନ୍ତା ଘାରିଛି । ଏଲନ୍ ମସ୍କ ଅଭିଯୋଗ ଆଣିଛନ୍ତି କି ହ୍ୱାଟସଆପ୍ ପ୍ରତିଦିନ ରାତିରେ ୟୁଜର୍ସଙ୍କ ଡାଟା ଟ୍ରାନ୍ସଫର କରୁଛି ।

ଏକ୍ସ ପ୍ଲାଟଫର୍ମରେ ଜଣେ ୟୁଜର୍ସ ଯିଏ ଟ୍ୱିଟରର ପୂର୍ବତନ କର୍ମଚାରୀ ବି ଥିଲେ ସେ ଏ ବିଷୟରେ ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ୧୨ ଘଣ୍ଟାର ନ୍ୟୁଜ୍ ରିକ୍ୟାପ୍ କରିଥିବା ବେଳେ ୯ ନମ୍ବର ନ୍ୟୁଜ୍‌ରେ ଲେଖାଯାଇଛି କି ହ୍ୱାଟସଆପ୍ ରାତିରେ ୟୁଜର୍ସଙ୍କ ଡାଟା ଟ୍ରାନ୍ସଫର କରୁଛି । ଏହି ଡାଟା ଆନାଲାଇଜ୍ କରାଯିବା ସହ ବିଜ୍ଞାପନ ଲାଗି ଏହାର ବ୍ୟବହାର କରାଯାଉଛି । ଏଠାରେ ୟୁଜର୍ସଙ୍କୁ ଗ୍ରାହକ ନୁହେଁ ସାମଗ୍ରୀ ପରି ବ୍ୟବହାର କରାଯାଉଛି ।

ଏଲନ୍ ମସ୍କ ଏହି ପୋଷ୍ଟକୁ ରିସେୟାର କରିଛନ୍ତି ଓ କହିଛନ୍ତି କି ହ୍ୱାଟସଆପ୍ ପ୍ରତିଦିନ ରାତିରେ ଡାଟା ସେୟାର କରୁଛି । କିନ୍ତୁ ବହୁ ଲୋକ ଭାବୁଛନ୍ତି ଏହା ପୁରା ସେଫ୍ ଅଟେ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏଲନ୍ ମସ୍କ ମେଟା ବିଷୟରେ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଚଳିତ ମାସ ପ୍ରାରମ୍ଭରେ ଏଲନ୍ ମସ୍କ ହ୍ୱାଟସଆପ୍‌ର ବିଜ୍ଞାପନ ପ୍ରାକ୍ଟିସକୁ ନେଇ ଏହାର ଆଲୋଚନା କରିଥିଲେ ।

Get real time updates directly on you device, subscribe now.