fbpx

ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ୱେବସାଇଟକୁ ଯାଇ ଚେକ୍ କରନ୍ତୁ

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଛି ମାଟ୍ରିପ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଓଡ଼ିଶା ୱେବସାଇଟକୁ ଯାଇ ନିଜ ନିଜର ରେଜଲ୍ଟ ଚେକ୍ କରିପାରିବେ । ଆଜି ମାଟ୍ରିକ ଓ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ପ୍ରାର୍ଥୀମାନେ http://www.bseodisha.ac.in/https://odisha.indiaresults.com/ ୱେବସାଇଟକୁ ଯାଇ ସକାଳ ୧୧.୩୦ ସମୟରେ ରେଜଲ୍ଟ ଜାଣି ପାରିବେ ।

ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯାଇ ପରୀକ୍ଷା ଫଳ ଚେକ୍ କରିବା ସହିତ ବିଦ୍ୟାଳୟର ଇ-ସ୍ପେସ୍ ଓ ଡିଜିଲକର ମାଧ୍ୟମରେ ମଧ୍ୟ ଜାଣିପାରିବେ । ଏଥିସହିତ ପରୀକ୍ଷାର୍ଥୀମାନେ ୫୬୭୬୭୫୦ ନମ୍ବରକୁ ଏସଏମଏସ କରି ମଧ୍ୟ ଫଳ ଜାଣିପାରିବେ । ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରୀଙ୍କ ପାସ ହାର ୯୬.୭୩ ପ୍ରତିଶତ ଓ ଛାତ୍ରଙ୍କ ପାସହାର ୯୫.୩୯ ପ୍ରତିଶତ ରହିଛି ।

ଖୋର୍ଦ୍ଧାରେ ପାସ୍ ହାର ୯୭.୯୮ ପ୍ରତିଶତ, କଟକରେ ୯୭.୫୮ ପ୍ରତିଶତ, ଢେଙ୍କାନାଳରେ ୯୫.୧୨ ପ୍ରତିଶତ, ପୁରୀରେ ୯୬.୭୬ ପ୍ରତିଶତ, ଜଗତସିଂହପୁରରେ ୯୭.୬୦ ପ୍ରତିଶତ ଓ ବାଲେଶ୍ୱରରେ ୯୬.୧୦ ପ୍ରତିଶତ ରହିଛି । ଯେଉଁ ସ୍ଥାନମାନଙ୍କରେ ଇଣ୍ଟରନେଟର ସୁବିଧା ନଥିବା ସେଠାରେ ଛାତ୍ରଛାତ୍ରୀମାନେ ଓଆର ୧୦ ସ୍ପେସ୍ ରୋଲ ନମ୍ବର ଟାଇପ୍ କରି ଉପରେ ଦିଆଯାଇଥିବା ନମ୍ବରକୁ ମେସେଜ୍ କରି ପରୀଫା ଫଳ ଜାଣିପାରିବେ । ଆସନ୍ତା ୨୯ରୁ ଜୁନ୍ ୧୨ ମଧ୍ୟରେ ପ୍ରାର୍ଥୀମାନେ ଖାତା ରିଚେକିଂ ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.