fbpx

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବଡ ଟୁଇଷ୍ଟ: ଗୋପାଳ ବଡ ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଫଳରେ ଗୋଟି ଗୋଟି କରି ସମସ୍ତ ତଥ୍ୟକୁ ଯାଞ୍ଚ କରିବା ସହ ପଚରାଉଚରା ମଧ୍ୟ ଜାରି ରଖିଛି । ଏଥିସହିତ ଆଜି ଗୋପାଳ ଘରେ ମଧ୍ୟ କ୍ରାଇବ୍ରାଞ୍ଚ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି । ତେବେ ଏହାରି ମଧ୍ୟରେ ବହିସ୍କୃତ ଏଏସଆଇ ଗୋପାଳ ଦାସର ବଡ ଭାଇକୁ କ୍ରାଇବ୍ରାଞ୍ଚ ଉଠାଇ ନେଇଛି । ଗୋପାଳର ଜଳେଶ୍ୱରପୁର ଘରକୁ ଆସି କ୍ରାଇବ୍ରଞ୍ଚ ତା ବଡଭାଇକୁ ଉଠାଇ ନେଇଥିବା ବେଳେ କେଉଁଆଡେ ନେଇଛି ତାହା ଜଣାପଡି ନାହିଁ ।

ତବେ ଅଭିଯୁକ୍ତ ଗୋପାଳ ତା ବଡ ଭାଇ ହୋଟେଲରେ ବସା ଉଠା କରେ । ଏଥିସହିତ ମନ୍ତ୍ରୀଙ୍କ ମୃତ୍ୟୁ ଦିନ ବଡ ଭାଇର ହୋଟେଲ ବନ୍ଦ ରହିଥିଲା । ଯାହାକୁ ନେଇ କ୍ରାଇବ୍ରାଞ୍ଚର ସନ୍ଦେହ ସୃଷ୍ଟି ହୋଇଛି । ଫଳରେ ସେ ଗୋପାଳର ଜଳେଶ୍ୱରପୁର ଘରୁ ତା ବଡ ଭାଇ ସତ୍ୟ ନାରାୟଣ ଦାସକୁ ଉଠାଇ ନେଇଛି । ଅପରପକ୍ଷେ କ୍ରାଇମବ୍ରାଞ୍ଚ ଗୋପାଳକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଛି ।

ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ ଘଟଣା ସାରା ରାଜ୍ୟ ତଥା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଫଳରେ ଆଇନ୍ ଏବଂ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହିତ କ୍ରାଇବ୍ରାଞ୍ଚ ଅଧିକାରୀମାନେ ଏହି ଘଟଣାକୁ ନେଇ ତଦନ୍ତ ।ରମ୍ଭ କରିବା ସହ ପ୍ରତ୍ୟେକଟି ଜିନିଷକୁ ତନତନ କରି ଯାଞ୍ଚ ମଧ୍ୟ କରୁଛନ୍ତି । ଏତତ୍ ବ୍ୟତୀତ ମନ୍ତ୍ରୀଙ୍କ ହତ୍ୟା ପରେ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କରିଛି । ତେବେ ଏହାକୁ ନେଇ ଶାସକ ଦଳ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ କ୍ରାଇମବ୍ରଞ୍ଚ ମଧ୍ୟ ତାର କାର୍ଯ୍ୟ ଜାରୀ ରଖିଛି । ଦେଖିବାକୁ ବାକି ରହିଲା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ମାମାଲା କେଉଁ ନୂଆ ମୋଡ ନେଉଛି ।

Get real time updates directly on you device, subscribe now.