fbpx

Chandrayaan-4କୁ ନେଇ ବଡ଼ ଅପଡେଟ୍: ଇସ୍ରୋ ପ୍ରସ୍ତୁତ କରୁଛି ନୂଆ ‘Moon Mission’

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଭାରତୀୟ ନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ISRO) କିଛି ନୂଆ କରିବାକୁ ଯାଉଛି । ଚନ୍ଦ୍ରଯାନ-୩ ପରେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଏଥର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ଯାଇ ପୁଣିଥରେ ପୃଥିବୀକୁ ଫେରିବ ବୋଲି ଦାବି ହୋଇଛି । କାରଣ ଚନ୍ଦ୍ରଯାନ-୩ ଗୋଟିଏ ଷ୍ଟେଜରେ ଲଞ୍ଚ୍ ହୋଇଥିବା ବେଳେ ଚନ୍ଦ୍ରଯାନ-୪ ଦୁଇଟି ଷ୍ଟେଜରେ ଲଞ୍ଚ୍ କରାଯିବ । କିନ୍ତୁ ଦୁଇଟି ଭିନ୍ନ ଭିନ୍ନ ଲଞ୍ଚ୍ ଚନ୍ଦ୍ରଯାନ -୪ ଭେହିକିଲକୁ ଆଗକୁ ବଢାଇବ । ଏହା ମୁନ୍ ମିଶନକୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇବା ସହ ସେଠାରୁ ମାଟି ଇତ୍ୟାଦି ମଧ୍ୟ ସଂଗ୍ରହ କରିପାରିବ ।

ପ୍ରଥମ ଚନ୍ଦ୍ରଯାନ-୪କୁ ଭାରତରେ ଲଞ୍ଚ୍ କରାଯିବ । ଏହାପରେ ମୁନ୍ ମିଶନ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ । ଚନ୍ଦ୍ରରେ ସମସ୍ତ କାର୍ଯ୍ୟପୂରଣ ପରେ ଏହାକୁ ପୁଣିଥରେ ପୃଥିବୀରେ ସାମ୍ପଲ ପହଞ୍ଚାଇବା ପାଇ ଲଞ୍ଚ୍ କରାଯିବ ଚନ୍ଦ୍ରଯାନ-୪ । ପ୍ରଥମ ଥର ଲଞ୍ଚିଂ ସମୟରେ ଚନ୍ଦ୍ରଯାନ-୪ର ଓଜନ ପ୍ରାୟ ୫୨୦୦ କି.ଗ୍ରା ହୋଇପାରେ । ଏହାବ୍ୟତୀତ ଚନ୍ଦ୍ରଯାନ-୪ ମିଶନ୍ ରେ ଆଉ ୨ଟି ଅତିରିକ୍ତ କମ୍ପୋନେଣ୍ଟ ରହିବ, ଯାହା ଚନ୍ଦ୍ରମାରୁ ବିଭିନ୍ନ ସାମ୍ପଲ ଧରି ଫେରିବା ପାଇଁ ପ୍ରସ୍ତୁତ ହେଉଛି । ଅର୍ଥାତ୍ ୫ଟି ମଡ୍ୟୁଲକୁ ସାଥୀରେ ଧରି ଚନ୍ଦ୍ରମାକୁ ଯିବ ଚନ୍ଦ୍ରଯାନ-୪ । ଏଥିରେ ଆସେଣ୍ଡର ମଡ୍ୟୁଲ, ଡିସେଣ୍ଡର ମଡ୍ୟୁଲ, ପ୍ରୋପଲ୍ସନ ମଡ୍ୟୁଲ, ଟ୍ରାନ୍ସଫର ମଡ୍ୟୁଲ ଏବଂ ରିଏଣ୍ଟ୍ରି ମଡ୍ୟୁଲ ରହିପାରିବେ । ପ୍ରତ୍ୟେକ ମଡ୍ୟୁଲ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ରହିଛି ।

ଇସ୍ରୋ ମୁଖ୍ୟଙ୍କ ସୂଚଚନା ଅନୁସାରେ, ଭାରତର ସବୁଠାରୁ ଅଧିକ ଓଜନର ଭେହିକିଲ ଏଲଭିଏମ-୩ କମ୍ପୋନେଣ୍ଟ ସହିତ ଲଞ୍ଚ୍ କରାଯିବ । ଯେଉଁଥିରେ ଆସେଣ୍ଡର ମଡ୍ୟୁଲ, ଡିସେଣ୍ଡର ମଡ୍ୟୁଲ ଏବଂ ପ୍ରୋପଲ୍ସନ ମଡ୍ୟୁଲ ସାମିଲ ହେବେ । ଏହା ୨୦୨୩ରେ ସଫଳତା ହାସଲ କରିଥିବା ଚନ୍ଦ୍ରଯାନ-୩ ପରି ହେବ । ଏହାପରେ ଟ୍ରାନ୍ସଫର ମଡ୍ୟୁଲ ଏବଂ ରି-ଏଣ୍ଟ୍ରି ମଡ୍ୟୁଲ କୁ ଧ୍ରୁବୀୟ ଉପଗ୍ରହ ପ୍ରକ୍ଷେପଣ ଯାନ(PSLV)ରେ ଲଞ୍ଚ୍ କରାଯିବ । ତେବେ ଏ ନେି ଇସ୍ରୋ ବର୍ତ୍ତମାନ ସୁଦ୍ଧା ବିସ୍ତୃତ ବିବରଣୀ ଦେଇନାହିଁ ।

Get real time updates directly on you device, subscribe now.