fbpx
BJD SKY
BJD SKY

BIG BREAKING…ଆନନ୍ଦପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ

BJD

ଆନନ୍ଦପୁର: ବହୁଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ । କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ୫ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଦେଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ।

ଦୋଷୀ ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇଙ୍କୁ ଫାଶି ଦଣ୍ଡାଦେଶ । ୨୦୧୯ରେ ରାମଚନ୍ଦ୍ରଙ୍କୁ ଘର ସାମ୍ନାରେ ହତ୍ୟା କରାଯାଇଥିଲା । ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖରେ ରାମଚନ୍ଦ୍ର ବେହେରାଙ୍କୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା । ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାଣ୍ଡରେ ସଂପୃକ୍ତ ଏହି ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ।

Get real time updates directly on you device, subscribe now.