fbpx
BJD SKY
BJD SKY

ବଡ଼ ଖବର: ରାଜ୍ୟର ୨୨ଜିଲ୍ଲାରୁ ଆଜି ୬୧୮ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

BJD

ଭୁବନେଶ୍ୱର, ୧୫ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୬୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮୯୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୨୮୬, ଖୋର୍ଦ୍ଧାରୁ ୧୦୭, ବାଲେଶ୍ୱରରୁ ୬୧, ଜଗତସିଂହପୁରରୁ ୨୬, ମୟୁରଭଞ୍ଜରୁ ୨୧, କଟକରୁ ୧୬, ସୁନ୍ଦରଗଡ଼ରୁ ୧୫, ନୟାଗଡ଼ରୁ ୧୫, ଅନୁଗୁଳରୁ ୧୪, ମାଲକାନଗିରିରୁ ୧୩, ସମ୍ବଲପୁରରୁ ୧୦, କେନ୍ଦ୍ରାପଡ଼ାରୁ ୯, ପୁରୀରୁ ୫, କେନ୍ଦୁଝରରୁ ୫, ଯାଜପୁରରୁ ୫, ବଲାଙ୍ଗୀରରୁ ୨, ବୌଦ୍ଧରୁ ୨, ଢ଼େଙ୍କାନାଳରୁ ୨, ଭଦ୍ରକ, ଝାରସୁଗୁଡ଼ା, କୋରାପୁଟ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.