fbpx

ଦେଶରେ ୨୪ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୧୫ା୭: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ଆଜି କରୋନା ମୃତ୍ୟୁ ସଂଖ୍ୟା ୨୪ହଜାର ୩୦୯କୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୬,୧୮୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୯,୪୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୮୨ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫,୯୨,୦୩୨ ଜଣ ସୁସ୍ଥ ହୋଇଥିବା ବେଳେ ୩,୧୯,୮୪୦ ଆକ୍ଟିଭ କେସ୍ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦ହଜାର ୬୯୫ ଜଣ, ଦିଲ୍ଲୀରେ ୩୪୪୬, ତାମିଲନାଡ଼ୁରେ ୨୦୯୯, ଗୁଜୁରାଟରେ ୨୦୬୯ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.