fbpx

ବିଗବସର ନୂଆ ସିଜିନରେ ଆଉ ଦେଖିବାକୁ ମିଳିବେ ନାହିଁ ସଲମାନ, ଜାଣନ୍ତୁ କାହିଁକି ଆଉ କିଏ କରିବ ସୋ ହୋଷ୍ଟ..

ମୁମ୍ବାଇ: ବିଗବସ କହିଲାମାନେ ସୋ ର ହୋଷ୍ଟ ସଲମାନ ଖାନକୁ ବୁଝାଏ । ସଲମାନ ଙ୍କ ବିନା ଏହି ସୋର ଆଦୌ ଚାହିଦା ନଥାଏ । ଏହି କଣ୍ଟ୍ରୋଭସି ହାଉସ ଆସିବା ପାଇଁ ଅଭିନେତା ମାନେ ଯେତେ ତତ୍ପର ଥାଆନ୍ତି ତା ଠାରୁ ଅଧିକ ସଲମାନଙ୍କ ପାଇଁ ଏହି ସୋ କୁ ଆସିଥାଆନ୍ତି । ଦେଖିବାକୁ ଗଲେ ସୋର ଟିଆରପି ମଧ୍ୟ ସଲମାନଙ୍କ ପାଇଁ ବହୁତ ବୃଦ୍ଧି ପାଇଥିଲା । ଯାହାର ଫଳ ସ୍ୱରୁପ ସଲମାନ ତାଙ୍କର ଚାର୍ଜ ବଢ଼ାଇବା ପରେ ମଧ୍ୟ ତାଙ୍କୁ ସୋରେ ରଖା ଯିବା ସହିତ ତାଙ୍କର ସବୁ ଡିମାଣ୍ଡ ମଧ୍ୟ ପୂରା କରାଯାଉଛି ।

କିନ୍ତୁ ଚଳିତ ଥର ଯାହା ସୂଚନା ମିଳୁଛି ସଲମାନ ବିଗବସ ହୋଷ୍ଟ କରିବେ ନାହିଁ । ତେବେ ତାଙ୍କ ସ୍ଥାନରେ ବଲିଉଡର ଜଣେ ଚଳଚିତ୍ର ନିର୍ମାତା ଏହି ସୋ ହୋଷ୍ଟ କରିବେ ବୋଲି ସୂଚନା ମିଳୁଛି । ତେବେ କିଏ ହୋଇ ପାରନ୍ତି ତାହାକୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି ।

ସୋ ହୋଷ୍ଟ କରି ପାରନ୍ତି ରୋହିତ ସେଟ୍ଟୀ:ଦେଖିବାକୁ ଗଲେ ବିଗବସ ଆଉ ଖତରୋକି ଖିଲାଡୀ ଏହି ଦୁଇଟି କଲର୍ସର ସବୁ ଠାରୁ ଲୋକପ୍ରିୟ ସୋ । ଆଉ କିଛି ସିଜିନ ହେବ ଏହାକୁ ରୋହିତ ହୋଷ୍ଟ କରୁଛନ୍ତି । ଏହା ସହିତ ସୋର ଟିଆରପି ମଧ୍ୟ ଖୁବ ବଢ଼ିଆ ରହିଛି । ଯଦି ସଲମାନ ବିଗବସ ଛାଡନ୍ତି ତେବେ ଆଶା କରାଯାଉଛି ଏହି ସ୍ଥାନରେ ରୋହୀତ ସୋ ହୋଷ୍ଟ କରି ପାରିବେ । ବର୍ତ୍ତମାନ ରୋହିତ ଙ୍କ ନାମ ଖୁବ ଚର୍ଚ୍ଚା ହେଉଛି ।

କାହିଁକି ଛାଡିବେ ସଲମାନ:ସଲମାନ ଜାଣିଛନ୍ତି ଫ୍ୟାନ୍ସ ମାନେ ତାଙ୍କ କାରଣରୁ ଅଧିକ ବିଗବସ ଦେଖୁଛନ୍ତି । ସେଥି ପାଇଁ ସେ ତାଙ୍କର ଫି ମଧ୍ୟ ବଢ଼ାଇବାରେ ଲାଗିଲେ । ବର୍ତ୍ତମାନ ସଲମାନଙ୍କର ଏହି ଚାର୍ଜ ସୋ ନିର୍ମାତାଙ୍କ ପାଇଁ ବହୁତ ଅଧିକ ସାବ୍ୟସ୍ତ ହୋଇ ଗଲା ଯାହାଫଳରେ ସେ ତାଙ୍କର ଚାର୍ଜ ଅଧିକ ବଢ଼ାଇବାରେ କୁଷ୍ଠା ବୋଧ କଲେ । ତେଣୁ ଏଥିରୁ ଆଶା କରାଯାଉଛି ନୂତନ ବିଗବସ ଏପିସୋଡରେ ସଲମାନଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ।

Get real time updates directly on you device, subscribe now.