fbpx

ୟୁପିର ସବୁଠାରୁ ବଡ ଚୋରି ଘଟଣା, ସାମଗ୍ରୀ ଜବତ ପରେ ବି କେହିନାହିଁ ଦାବିଦାର, ପୋଲିସ କରିବ କଣ?

ନୂଆଦିଲ୍ଲୀ: ସାଧାରଣତଃ ଚୋରି, ରାହାଜାନୀ ପରି ଘଟଣାରେ, ପୋଲିସ ଚୋରକୁ ଧରି ଯେତେବେଳେ ଲୋକଙ୍କୁ ସେମାନଙ୍କ ସାମଗ୍ରୀ ଚିହ୍ନଟ କରି ନେବାକୁ କୁହେ, ଅନେକ ଅଛନ୍ତି ନିଜ ଜିନିଷଠାରୁ ଅଧିକ ମୂଲ୍ୟର ଜିନିଷ ନେଇଯାଆନ୍ତି । କିନ୍ତୁ ୟୁପିରେ ହୋଇଥିବା ଏକ ବଡଧରଣର ଚୋରି ଘଟଣାରେ ପୋଲିସ ଚୋରକୁ ଧରିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ଜବତ କରିଛି । ହେଲେ କେହି ବି ଏସବୁର ଦାବିଦାର ନାହାନ୍ତି ।

ଗ୍ରେଟର ନୋଏଡା ସ୍ଥିତ ସିଲଭର ସିଟି ୨ ସୋସାଇଟିର ଫ୍ଲାଟ ନମ୍ବର ୩୦୧ର ଘଟଣା । ଅଗଷ୍ଟ ୨୦୨୦ରେ ଏହି ଘରୁ ୩୬ କିଲୋ ସୁନା ଅଳଙ୍କାର, ୬ କୋଟି ଟଙ୍କା ଚୋରି ହୋଇଥିଲା । ପୋଲିସ ବହୁ ଖୋଜ ଖବର ନେବା ପରେ ଶେଷରେ ଚୋର ଧରିବା ସହ ୧୭ କିଲୋ ସୁନା, ୫୭ ଲକ୍ଷ ଟଙ୍କା ଜବତ କରିଥିଲା । କିନ୍ତୁ ପୋଲିସି ଯେତେବେଳେ ସେହି ଅଞ୍ଚଳରେ ହୋଇଥିବା ଚୋରିର ରେକର୍ଡ ଦେଖିବାକୁ ଚାହିଁଲା, ଆଶ୍ଚର୍ଯ୍ୟ ଚକିତ ରହିଗଲା ।

କାରଣ କେହି ମଧ୍ୟ ଚୋରି ନେଇ କୌଣସି ଅଭିଯୋଗ କରି ନ ଥିଲେ । ପୋଲିସ ଏନେଇ ସାଧାରଣ ଜନତାଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ବି କେହି ଏହି ଚୋରି ସାମଗ୍ରୀ ଉପରେ ମାଲିକାନା ଜାହିର କରିନଥିଲେ । ଏହାକୁ ନେଇ ପୋଲିସ କହିଛି କି, ମାମଲାର ଯାଞ୍ଚ ପାଇଁ ଆଇଟି ଓ ଇଡିକୁ ପୋଲିସ ପତ୍ର ଲେଖିଥିଲେ । କିନ୍ତୁ ଉଭୟ ବିଭାଗ ଏହି ଚୋରି ଘଟଣାରେ କୌଣସି ଆଗ୍ରହ ପ୍ରକାଶ କରିନଥିଲେ । ଘଟଣାକୁ ପ୍ରାୟ ୧ ବର୍ଷ ବିତି ଯାଇଛି, ହେଲେ ଏଯାଏଁ ଏହି ରହସ୍ୟ ଉପରୁ ଉଠିନି ପରଦା ।

ଏହି ସମ୍ପତ୍ତିକୁ ନେଇ ପୋଲିସ କହିଛି, ମାମଲା କୋର୍ଟରେ ଓ ଚୋରୀ ସାମଗ୍ରୀ କୋଷାଗାରରେ । କୋର୍ଟଙ୍କ ରାୟ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.