fbpx
BJD SKY
BJD SKY

ବିହାର କ୍ୟାବିନେଟ ସଂପ୍ରସାରଣ: ନୀତିଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇଲେ ବିଜେପିର ୧୨ ଜଣ ଓ ଜେଡିୟୁର ୯ ଜଣ ବିଧାୟକ

BJD

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ବିହାର କ୍ୟାବିନେଟ ସଂପ୍ରସାରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟରେ ମୋଟ ୨୧ ଜଣ ବିଧାୟକ ସ୍ଥାନ ପାଇଥିବା ବେଳେ ସେମାନଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି । ବିଜେପିରୁ ୧୨ ଜଣ ଓ ଜେଡିୟୁରୁ ୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରେଣୁ ଦେବୀ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ।

ନୀତିଶଙ୍କ କ୍ୟାବିନେଟରେ କିଛି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । ଅରୁଣା ଦେବୀ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପିର ୧୨ ଜଣ ବିଧାୟକଙ୍କ ମଧ୍ୟରେ ମଙ୍ଗଳ ପାଣ୍ଡେ, ଅରୁଣା ଦେବୀ, ନୀରଜ ବାବଲୁ, ନୀତିଶ ମିଶ୍ର, ନିତିନ ନବୀନ, ଜନକ ରାମ, କେଦାର ଗୁପ୍ତା, ଦିଲୀପ ଜୟସ୍ୱାଲ, ହରି ସାହଣୀ, କ୍ରିଷ୍ଣ ନନ୍ଦନ ପାସୱାନ, ସୁରେନ୍ଦ୍ର ମେହତା ଓ ସନ୍ତୋଷ ସିଂହ ରହିଛନ୍ତି ।

ସେହିପରି ଜେଡିୟୁର ୯ ଜଣ ବିଧାୟକ ମଦନ ସାହଣୀ, ଅଶୋକ ଚୌଧରୀ, ଲେଶୀ ସିଂହ, ଜାମା ଖାନ, ସୁନିଲ କୁମାର, ଜୟନ୍ତ ରାଜ, ମହେଶ୍ୱର ହଜାରୀ, ଶୈଲା ମଣ୍ଡଳ, ରତ୍ନେଶ ସଦା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, ଭାଜପାର ସମର୍ଥନରେ ଗତ ଜାନୁଆରୀ ମାସ ୨୮ ତାରିଖରେ ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଆରଜେଡି ଓ କଂଗ୍ରେସ ସହ ମେଣ୍ଟରୁ ଓହରିଯାଇ ନୀତିଶ ବିଜେପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିଥିଲେ ।

Get real time updates directly on you device, subscribe now.