fbpx

OJEE ପରୀକ୍ଷା ପାଇଁ ବଡ଼ ସୂଚନା: ବଢ଼ିଲା ପଞ୍ଜିକରଣ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜିକରଣ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ଓଜେଇଇ କତ୍ତୃପକ୍ଷ ଆଜି ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି। ତେବେ ଓଜେଇଇ ପରୀକ୍ଷା ପାଇଁ ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ତାରିଖ ରହିଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ମାର୍ଚ୍ଚ ୨୨ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଗ୍ରାହୀ ପ୍ରାର୍ଥୀମାନେ ପଞ୍ଜିକରଣର ଶେଷ ତାରିଖ ଯାଏଁ ଅପେକ୍ଷା ନ କରି ତୁରନ୍ତ ପଞ୍ଜିକରଣ କରାଇ ନିଅନ୍ତୁ। ଅଧିକ କୌଣସି ସୂଚନା ପାଇଁ www.ojee.nic.in / www.odishajee.com ଭିଜିଟ କରନ୍ତୁ। ପ୍ରାର୍ଥୀମାନେ ଓଜେଇଇର ଏହି ଅଫିସିଆଲ ୱେବସାଇଟ ଜରିଆରେ ଅନଲାଇନରେ ଆବେଦନ କରିପାରିବେ। ମାର୍ଚ୍ଚ ୨୨ ଅନଲାଇନ ପଞ୍ଜିକରଣ ପରେ ମାର୍ଚ୍ଚ ୨୩,୨୪ ଏବଂ ୨୫ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ସଂଶୋଧନ ପ୍ରକ୍ରିୟା ଜାରି ରହିବ। ତେବେ ଏହା ପରେ ବର୍ତ୍ତମାନ ପଞ୍ଜିକରଣ ପାଇଁ ଆଉ ଅବଧିକୁ ବୃଦ୍ଧି କରାଯିବ ନାହିଁ ବୋଲି ଓଜେଇଇ ପକ୍ଷରୁ ଉଲ୍ଲେଖ କରାଯାଇଛି।

ସୂଚନା ଯୋଗ୍ୟ, ପରୀକ୍ଷା କିଭଳି ସଠିକ୍ ଭାବେ ସମ୍ପାଦନ ହୋଇପାରିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ବି.ଫାର୍ମା, ଏମସିଏ, ଏମବିଏ, ବି.ଟେକ, ଏମ.ଟେକ, ଏମ.ଆର୍ଚ ଓ ଏମ.ଫାର୍ମା ପାଠ୍ୟକ୍ରମ ପାଇଁ ପରୀକ୍ଷା ହେବ । ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ମୋଡ଼ରେ ପ୍ରବେଶିକା ପରୀକ୍ଷା ହେବ । ଆଗ୍ରାହୀ ପ୍ରାର୍ଥୀମାନେ ଓଜେଇଇର ଅଫିସିଆଲ ୱେବସାଇଟ ଜରିଆରେ ସମସ୍ତ ସୂଚନା ପାଇପାରିବେ। ପରୀକ୍ଷାର୍ଥୀମାନେ କିଭଳି ଭାବେ ସଠିକ୍ ଭାବେ ଯାଞ୍ଚ କରି ଫର୍ମପୂରଣ କରିପାରିବ ସେନେଇ ମଧ୍ୟ ପରାମର୍ଶ ଦିଆଯାଇଛି । ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ ନୀତି, ପରୀକ୍ଷା ଢାଞ୍ଚା ଓ ସିଲାବସ ବାବଦରେ ବିସ୍ତୃତ ତଥ୍ୟ ୱେବସାଇଟରେ ମିଳିପାରିବ।

Get real time updates directly on you device, subscribe now.