fbpx
BSKY
BJD MS SKY
BJD YOUTH SKY

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ

ଓଡ଼ିଶା ଭାସ୍କର: ଗତ ୧୦ ଦିନ ହେବ କେବଳ ଗୋଟିଏ କଥା ଓଡ଼ିଶାରେ ମେଣ୍ଟ ସରକାର! ହେଲେ ଏନେଇ କୌଣସି ସ୍ପଷ୍ଟତା ଆସିପାରୁ ନାହିଁ । କିନ୍ତୁ ଏହାକୁ ନେଇ ରାଜ୍ୟ ରାଜନୀତିରୁ ଆରମ୍ଭ କରି ଜାତୀୟ ରାଜନୀତି ଯାଏଁ ଚର୍ଚ୍ଚା ଲାଗିରହିଛି । ତେବେ ଏହି ମେଣ୍ଟ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହାଙ୍କ ବଡ଼ ବୟାନ ରଖିଛନ୍ତି। ବିଜେଡି-ବିଜେପି ମେଣ୍ଟ ପ୍ରସଙ୍ଗରେ ଶାହା କହିଛନ୍ତି, ‘ବର୍ତ୍ତମାନ ଏନେଇ କିଛି କହି ପାରିବିନି” । ଏନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇ ନାହାନ୍ତି । ଓଡ଼ିଶାରେ କେମିତି ଆଗକୁ ବଢ଼ିବୁ ସେନେଇ ନିଷ୍ପତି ନେଇ ନାହାନ୍ତି’ । ତେବେ ସେ ଆହୁରି କହିଛନ୍ତି ଯେ, ‘ଆମେ ହାର୍ଡକୋରରେ ଅଛୁ ଏଥିରେ ଫିଲୋସଫିର ସ୍ଥାନ ନାହିଁ। ପରିଣାମ ଯାହା ବି ହେଉ, ହେଲେ ଓଡ଼ିଶା ବିଧାନସଭା ଓ ଲୋକସଭାରେ ଦଳ ସ୍ଥିତିରେ ବହୁତ ସୁଧାର ଆସିବ।’ ତେବେ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଟୁଡ଼େ କନକ୍ଳେଭରେ ବିଜେଡି-ବିଜେପି ମେଣ୍ଟ ସମ୍ପର୍କରେ ସେ ଏଭଳି କିଛି ବୟାନ ରଖିଛନ୍ତି।

 

Get real time updates directly on you device, subscribe now.