fbpx

LIC କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି: କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ମଞ୍ଜୁରୀ- ସୂତ୍ର

AAKASH

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା (ଏଲଆଇସି)ର କର୍ମଚାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଲଆଇସି କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି ହେବ । ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ମଞ୍ଜୁରୀ ମିଳିଥିବା ନେଇ ଏକ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ବେତନ ବୃଦ୍ଧି ୨୦୨୨ ମସିହା ଅଗଷ୍ଟ ମାସ ଠାରୁ ଲାଗୁ ହେବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏଲଆଇସିର ପାଖାପାଖି ୧ ଲକ୍ଷ କର୍ମଚାରୀ ଓ ୩୦ ହଜାର ପେନସନଧାରୀ ଉପକୃତ ହେବ ।

ଏ ବାବଦରେ ଏଲଆଇସି ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରାଯାଇଛି । ଏହି ନିଷ୍ପତ୍ତି ଫଳରେ ବାର୍ଷିକ ୪ ହଜାର କୋଟିର ଆର୍ଥିକ ବୋଝ ପଡ଼ିବ । ଏଥିସହିତ କର୍ମଚାରୀଙ୍କ ବେତନ ଖର୍ଚ୍ଚ ବୃଦ୍ଧି ପାଇ ୨୯ ହଜାର କୋଟିରେ ପହଞ୍ଚିବାର ଅନୁମାନ କରାଯାଉଛି । ୧୬ ମାର୍ଚ୍ଚ ଠାରୁ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯିବ । ତେଣୁ କେନ୍ଦ୍ର ସରକାର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଏହି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଇଛି । ବେତନ ବୃଦ୍ଧି ହେବା ସହିତ କର୍ମଚାରୀଙ୍କୁ ଗତ ଦୁଇବର୍ଷର ଏରିୟର ମଧ୍ୟ ମିଳିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.