fbpx
BJD SKY
BJD SKY

ନବୀନ ନିବାସରେ ଚାଲିଛି ନୀତୀଶ ନବୀନଙ୍କ ନିର୍ବାଚନୀ ଚର୍ଚ୍ଚା ! ବୁଝେଇବା ଆଉ ମନେଇବାରେ ହେବେ କି ସଫଳ…ଏହାରି ଉପରେ ଏବେ ସଭିଁଙ୍କ ନଜର

BJD

ଭୁବନେଶ୍ୱର: ବିରୋଧୀଙ୍କୁ ଏକ କରିବା ପାଇଁ ଚାଲିଛି କସରତ । ପ୍ରଥମେ ମମତା ଆଉ ଏବେ ନୀତିଶ କୁମାର ନବୀନଙ୍କୁ ଭେଟିବା ପାଇଁ ଆସିଲେ ଓଡିଶା । ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଆଜି ଓଡିଶାଗସ୍ତରେ ଆସିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏକାଠି ବସି ଆଲୋଚନା କରିବା ସହିତ ମଧ୍ୟାହ୍ନ ଭୋଜନ କରିବେ ବୋଲି ମଧ୍ୟ ସୂଚନା ରହିଛି ।

ତେବେ ଯଦି ଆମେ ନୀତିଶଙ୍କ ଗସ୍ତ ଉପରେ ନଜର ପକାଇବା ତେବେ ଏହା ଏଖ ସୌଜନ୍ୟମୂଳକ ସାକ୍ଷାତକାର ହେବା ସହିତ ଆଗାମୀ ନିର୍ବାଚନରେ କିଭଳି ସମସ୍ତ ବିରୋଧୀ ମାନେ ଏକ ହୋଇ ମନ ମିଳାଇ କାର୍ଯ୍ୟ କରିବେ ତାହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ପାରେ । ତେବେ ବିଜେପି ବିରୋଧରେ ଶକ୍ତି ଏକଜୁଟ କରିବା ପାଇଁ ବିରୋଧୀ ମାନେ ଏବେ ଠାରୁ ପ୍ରୟାସ କରି ଦେଲେଣି । କିଛି ଦିନ ପୂର୍ବରୁ ନୀତୀଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ ବଙ୍ଗଳା ଗସ୍ତରେ ଯାଇଥିଲେ ଆଉ ଆଜି ସେ ନବୀନଙ୍କୁ ଭେଟିବା ପାଇଁ ଓଡିଶା ଆସୁଛନ୍ତି । ଦେଖିବାକୁ ଗଲେ ଏହି ସବୁ କଥା ଆଗାମୀ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ଆଡକୁ ସଙ୍କେତ ଦେଉଛି । ଯାହା ପାଇଁ ଏବେ ବିରୋଧୀ କ୍ୟାମ୍ପରେ ଘନ ଘନ ବୈଠକ ସହ ଆଲୋଚନା ଆଉ ରଣକୌଣଳ ରଚା ଯାଉଛି । କିନ୍ତୁ ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ବଜାୟ ଆସୁଛନ୍ତି । ଆଉ ବିଜେପି ବିରୋଧୀ ମେଣ୍ଟକୁ ନବୀନ କେତେ ଦୂର ସମର୍ଥନ କରିବେ ତାହା ମଧ୍ୟ କିଛି ସୂଚନା ମିଳୁ ନାହିଁ ।

ସୂଚନାମୁତାବକ ଆଗାମୀ ନିର୍ବାଚନରେ ବିଜେପି କୁ ଗାଦିଚ୍ୟୁତ କରିବାକୁ ହେଲେ ସମସ୍ତ ବିରୋଧୀ ମାନଙ୍କୁ ଏକ ହେବାକୁ ପଡିବ ହେଲେ ବର୍ତ୍ତମାନ ସୁଦ୍ଧା ସବୁ ବିରୋଧୀ ମାନଙ୍କର ମନ ମିଶୁ ନାହିଁ । ଯାହା ପାଇଁ ବିରୋଧୀ ମାନଙ୍କ ଏକତା ଉପରେ ସବୁ ବେଳେ ପ୍ରଶ୍ନ ଉଠୁଛି । ତେବେ ଏହା ଭିତରେ ପ୍ରଥମେ ମମତା ନବୀନଙ୍କୁ ଭେଟିଥିଲେ ଆଉ ଆଜି ନୀତୀଶ ନବୀନଙ୍କୁ ଭେଟିବାକୁ ଆସିଛନ୍ତି । ତେଣୁ ଦେଖିବା ବାକି ରହିଲା ନବୀନଙ୍କୁ ବୁଝାଇବାରେ ନୀତୀଶ କେତେ ସଫଳ ହେଉଛନ୍ତି । ବିଜେଡି ନୀତୀଶଙ୍କ ପ୍ରସ୍ତାବ ଉପରେ କ’ଣ ପ୍ରତିକ୍ରିୟା ରଖିବା ଏହା ଉପରେ ଏବେ ସଭିଁଙ୍କ ନଜର ରହିଛି।

Get real time updates directly on you device, subscribe now.