fbpx
BSKY SKY
BSKY SKY

ମୁଖ୍ୟମନ୍ତ୍ରୀ ନିତିଶଙ୍କୁ ସମର୍ଥନ କଲେ ମହିଳା, ମଦ୍ୟପଙ୍କୁ ଦେଲେ ଚେତାବନୀ

BSKY

ପାଟନା: ବିହାରରେ ନିତିଶ କୁମାର ମହିଳାମାନଙ୍କ ଅଭିଯୋଗ ପରେ ମଦପାନୀୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାପରେ ତାଙ୍କୁ ଆରଜେଡି ତ କେବେ ପୁଣି ବିଜେପି ସହିତ ସହଯୋଗୀ ଠାରୁ ଆରମ୍ଭ କରି ବିରୋଧୀମାନେ ଟାର୍ଗେଟ କରିବା କାର୍ଯ୍ୟରେ ଲାଗିଯାଇଛନ୍ତି । ନିତିଶ ସର୍ବଦା କହି ଆସିଛନ୍ତି ଯେ, ମଦପାନୀୟକୁ ନେଇ ମହିଳାମନଙ୍କ ଅନୁରୋଧ କ୍ରମେ ସେ ଏହି ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଏହା ଉପରେ ପ୍ରତିବନ୍ଧ ନ ଉଠାଇବା ପାଇଁ ପ୍ରଶ୍ନ ଉଠୁନି ।

ଏହାପରେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ବିରୋଧୀ ତଥା ସହଯୋଗୀ ଦଳଙ୍କ ଦ୍ୱାରା ଆକ୍ରମଣ ତୀବ୍ର ହେବାରେ ଲାଗିଛି । ଯେତେବେଳେ ମଦ ପିଇ ଲୋକମାନଙ୍କ ମୃତ୍ୟୁ ଘଟୁଛି ସେତେବେଳେ ବିରୋଧୀ ଦଳ ନିତିଶଙ୍କ ଉପରେ ମଦ ପ୍ରତିବନ୍ଧକକୁ ନେଇ ଆକ୍ରମଣ ଜାରି କରୁଛନ୍ତି । ଏହି ସମୟରେ ମହିଳାମାନେ ନିତିଶ କୁମାରଙ୍କୁ ସମର୍ଥନ କରି ମଦ୍ୟପ ମାନଙ୍କୁ ଚେତାବନୀ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି ।

ସୂଚନା ଅନୁଯାୟୀ, ପାଟନାରେ ମହିଳା ସାମାଜିକ ସଂଗଠନ ସୁଧାର ବାହିନୀଙ୍କ ନେତୃତ୍ୱରେ ବିଭିନ୍ନ ମହିଳା ସଂଗଠନ ମଦ ସଚେତନାକୁ ନେଇ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଯାତ୍ରାରେ ମହିଳାମାନେ ପାଟନାର ଗାନ୍ଧୀ ମଇଦାନରୁ ବୀର କୁମ୍ବର ସିଂହ ପାର୍କ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମଦ ପିଉଥିବା ଲୋକଙ୍କୁ ଏବଂ ମଦକୁ ବେଆଇନ ଭାବରେ ଯେଉଁମାନେ ବ୍ୟବସାୟ କରୁଛନ୍ତି ତାଙ୍କ ଉପରେ ଘୋର ପ୍ରତିବାଦ କରିଛନ୍ତି ।

 

Get real time updates directly on you device, subscribe now.