fbpx

ବିହାର ବିଧାନସଭା ନିର୍ବାଚନ ସହ ହେବ ସବୁ ଉପନିର୍ବାଚନ

ବିହାର, ୪ା୯: ଦେଶରେ କରୋନା ମହାମରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ବିହାର ବିଧାନସଭା ନିର୍ବାଚନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିହାର ବିଧାନସଭା ନିର୍ବାଚନ ସହ ଏକ ସମୟରେ ସବୁ ଉପନିର୍ବାଚନ ହେବ । ଦେଶର ୬୪ଟି ବିଧାନସଭା ଓ ଗୋଟିଏ ଲୋକସଭା କ୍ଷେତ୍ର ପାଇଁ ଉପନିର୍ବାଚନ ହେବ । ବିଭିନ୍ନ ରାଜ୍ୟର ସିଇଓଙ୍କ ରିପୋର୍ଟ ଭିତ୍ତିରେ ନିର୍ବାଚନ କମିସନ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ବନ୍ୟା, କରୋନା ଦୃଷ୍ଟିରୁ ଉପନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରାଯାଇଥିଲା । ୬୪ ବିଧାନସଭା ଆସନରେ ଓଡ଼ିଶାର ବାଲେଶ୍ୱର, ତିର୍ତ୍ତୋଲ ଆସନ ରହିଛି । ନଭେମ୍ବର ୨୯ ପୂର୍ବରୁ ବିହାର ସମେତ ସବୁ ଉପନିର୍ବାଚନ ସରିବା ସମ୍ଭାବନା ରହିଛି ।

ପ୍ରକାଶ ଯୋଗ୍ୟ ଯେ ଦେଶର ଗୋଟିଏ ଲୋକସଭା ଏବଂ ୬୪ଟି ବିଧାନସଭା ଆସନ ଖାଲି ରହିଛି । ଏହାସହ ଆଜି ଉପନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ସେହି ବୈଠକରେ ସମସ୍ତ ରାଜ୍ୟର ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ସମୀକ୍ଷା କରାଯାଇଥିବା ନେଇ ସୂଚନା ରହିଛି । ରିପୋର୍ଟ ସମୀକ୍ଷା କରିବା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.