fbpx

ବିହାର ରାଜନୀତି: ଆଜି ବିଧାୟକ ଦଳର ବୈଠକ , କଂଗ୍ରେସର ୧୩ ବିଧାୟକଙ୍କ ଫୋନ୍ ନଟ୍ ରିଚେବଲ୍‌

ନୂଆଦିଲ୍ଲୀ: ଆଜି ବିହାର ରାଜନୀତି ପାଇଁ ବିଶେଷ ଦିନ । ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ(ୟୁନାଇଟେଡ୍‌)ର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପୁଣି ଥରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି । ଏହା ସହ ରବିବାର ମୁଖ୍ୟମନ୍ତ୍ରୀଙ୍କ ଅବାସରେ ଜେଡିୟୁର ସମସ୍ତ ବିଧାୟକଙ୍କ ବୈଠକ ଡାକିଛନ୍ତି । ସୂଚନାରୁ ପ୍ରକାଶ ଯେ ରାଷ୍ଟ୍ରୀୟ ଜନତା ଦଲ (ଆରଜେଡି) ପକ୍ଷରୁ ଆଜି ଅପରାହ୍ନ ୧ଟାରେ ବିଧାୟକ ଦଳର ବୈଠକ ଡକା ଯାଇଥିବା ବେଳେ ବିଜେପି ସନ୍ଧ୍ୟା ୪ଟାରେ ଦଳର ବିଧାୟକଙ୍କ ସହ ବୈଠକ କରିବ । ଏଥିମଧ୍ୟରେ କଂଗ୍ରେସର ୧୩ ଜଣ ବିଧାୟକଙ୍କ ଫୋନ୍ ନଟ୍ ରିଚେବଲ ଆସୁଛି । ଯାହା ଜଣାପଡ଼ୁଛି ବର୍ତ୍ତମାନ କେହି ଜବାବ ଦେବା ମୁଡରେ ନାହାଁନ୍ତି ।

ସୂତ୍ରରୁ ପ୍ରକାଶ ଯେ କଂଗ୍ରେସ ଦଳର ଅନେକ ବିଧାୟକ ବିଜେପି ଏବଂ ଜେଡିୟୁ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ନୀତିଶ କୁମାରଙ୍କୁ ମନେଇବା ପାଇଁ ସୋନିଆ ଗାନ୍ଧୀଙ୍କୁ ଟାର୍ଗେଟ କରାଯାଇପାରେ । ଅପରପକ୍ଷେରେ କଂଗ୍ରେସ ସିଏଲପି ଲିଡର ଶକୀଲ ଅହମଦଙ୍କ କହିବାନୁଯାୟୀ ଆମ ବିଧାୟକ ଏକତା ସହ ଚଟ୍ଟାଣ ପରି ଦଳ ସହ ଛିଡ଼ା ହୋଇଛନ୍ତି । କଂଗ୍ରେସ ବିଧାୟକ ମଧ୍ୟରେ ଫାଟ ସୃଷ୍ଟି ହେବା କଥାକୁ ଭିତ୍ତିହୀନ କହିଛନ୍ତି ।

Get real time updates directly on you device, subscribe now.