fbpx

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ

ପାଟଣା: ରବିବାର ବିହାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବିହାର କଇମୁର ଜିଲ୍ଲାରେ ଏନ୍‌ଏଚ୍‌-୨ରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । କାରଟି ଶାଶାରାମରୁ ବାରାଣାସୀ ଅଭିମୁଖେ ଯିବା ସମୟରେ ମୋହନିଆରେ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଏକ ସ୍କର୍ପିଓ ବାଇକକୁ ଧକ୍କା ଦେଇଥିଲା ଓ ଡିଭାଇଡରକୁ ଟପି ସାମ୍ନାରୁ ଆସୁଥିବା ଏକ ଟ୍ରକରେ ପିଟି ହୋଇଥିଲା । ଖବର ପାଇ ପୋଲିସ ଓ ଏନ୍‌ଏଚ୍‌ଏଆଇ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଫସି ରହିଥିବା ମୃତଦେହକୁ ବାହାର କରି ଚିହ୍ନଟ କରିଥିଲେ ।

ମୋହନିଆ ଡିଏସପି ଦିଲିପ କୁମାରଙ୍କ କହିବାନୁଯାୟୀ ରବିବାର ସନ୍ଧ୍ୟା ପ୍ରାୟ ୭ଟା ପାଖାପାଖି ସଡ଼କ ଦୁର୍ଘଟଣା ହୋଇଥିଲା । ଏନ୍‌ଏଚ୍ ୨ ଦେବକଲି ନିକଟରେ ଏକ ସ୍କର୍ପିଓ ବାଇକକୁ ଧକ୍କା ଦେଇଥିଲା । ସ୍କର୍ପିଓରେ ମୋଟ୍ ୮ ଜଣ ଯାତ୍ରୀଙ୍କ ସହ ବାଇକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଖବର ପାଇ ମୋହନିଆ ଥାନା ଦଳ ଏବଂ ଏନ୍‌ଏଚ୍‌ଏଆଇ ଦଳ ସ୍କର୍ପିଓରେ ଫସିଥିବା ଶବ ଗୁଡ଼ିକୁ ବାହାର କରିଥିଲେ ଏବଂ ପୋଷ୍ଟମର୍ଟମ ପାଇଁ ଭଭୁଆ ସଦର ହସ୍ପିଟାଲ ପଠାଇଥିଲେ । ତେବେ ଏହି ଘଟଣାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ଏହି ଦୁଃଖ ସମୟରେ ଶକ୍ତି ପ୍ରଦାନ କରିବା ନେଇ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଅହତ ବ୍ୟକ୍ତିଙ୍କୁ ଉପଯୁକ୍ତି ଚିକିତ୍ସା ଯୋଗାଇବା ପାଇଁ କଇମୁର ଜିଲ୍ଲା ଅଧିକାରୀ ଏବଂ ପୋଲିସ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନୀତିଶ କୁମାର ।

Get real time updates directly on you device, subscribe now.