fbpx

୩୪ ଘଣ୍ଟା ହେବ ପୋଲ ତଳେ ଫସି ରହିଛି ୧୧ ବର୍ଷର ବାଳକ, ବ୍ରିଜ୍ କୁ ଭାଙ୍ଗି ଉଦ୍ଧାର କରିବାକୁ ଚାଲିଛି ଚେଷ୍ଟା

AAKASH

ନୂଆଦିଲ୍ଲୀ:ବିହାରର ରୋହତାସ ଜିଲ୍ଲାର ଏକ ୧୧ ବର୍ଷର ବାଳକ ଏକ ବ୍ରିଜ୍ ର ଖୁଣ୍ଟି ମଧ୍ୟରେ ଫସି ଯାଇଛି । ତେବେ ଶିଶୁଟିକୁ ସେଠାରୁ ଉଦ୍ଧାର କରିବା ଲାଗି ୨୦ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ଟିମ୍ ପିଲାକୁ ସେଠାରେୁ କାଢିବାକୁ ପ୍ରୟାସ ଜାରି ରଖିଛନ୍ତି ।

ଘଟଣାଟି ନାସରୀଗଞ୍ଜ ଦାଉଦନଗର ସ୍ଥିତ ସୋନ ବ୍ରିଜ୍ ରେ ଘଟିଛି । ୧୧ ବର୍ଷାୟ ବାଳକ ରଞ୍ଜନ ବୁଧବାର ସକାଳୁ ଘରୁ କେଉଁଆଡେ ଚାଲି ଯାଇଥିଲା । ପିଲାଟି ମାନସିକ ରୂପରେ ସାମାନ୍ୟ ଦୂର୍ବଳ ଥିଲା । ଯେତେବେଳେ ରଞ୍ଜନ ଘରକୁ ଫେରି ନ ଥିଲା ସେତେବେଳେ ତାର ଘର ଲୋକେ ତାକୁ ଖୋଜିବା ଆରମ୍ଭ କରି ଦେଇଥିଲେ । ଏହି ସମୟରେ ପୋଲ ପାଖ ଦେଇ ଯାଉଥିବା ଜଣେ ମହିଳା କାନ୍ଦୁଥିବା ଏକ ପିଲାର ସ୍ୱର ଶୁଣିବାକୁ ପାଇଥିଲେ । ଏହାପରେ ମହିଳା ଜଣକ ଘର ଲୋକଙ୍କୁ ଏ ବିଷୟରେ କହିଥିଲେ । ପ୍ରଥମେ ପରିବାର ଲୋକେ ପିଲାଟିକୁ ପୋଲ ତଳୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେତେବେଳେ ସେମାନେ ସଫଳ ହୋଇ ନ ଥିଲେ ସେତେବେଳେ ସେମାନେ ପୋଲିସ ଓ ପ୍ରଶାସନକୁ ଏ ବିଷୟରେ ସୂଚନା ଦେଇଥିଲେ ।

ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରୁ ପିଲାକୁ ଉଦ୍ଧାର କରିବା ଲାଗି ପ୍ରାୟସ ଜାରି ରହିଛି । ଏନଡିଆରଏଫ୍ ଟିମ୍ ମଧ୍ୟ ପିଲାକୁ ଉଦ୍ଧାର କରିବା ଲାଗି ପ୍ରୟାସ ଆରମ୍ଭ କରି ଦେଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ପିଲାକୁ ଉଦ୍ଧାର କରାଯାଇ ପାରିନାହିଁ ।
ଏନଡିଆରଏଫ୍ ଟିମ୍ ପକ୍ଷରୁ ପିଲାକୁ ଅମ୍ଳଜାନ ପହଞ୍ଚାଯାଉଛି । ଉଦ୍ଧାରକାରୀ ଦଳ ବ୍ରିଜ୍ କୁ ଉପରୁ ଭାଙ୍ଗି ଶିଶୁ ପର୍ଯ୍ୟନ୍ତ ପହଞ୍ôଚବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ସ୍ଥାନରେ ପ୍ରବଳ ଜନଗହଳି ଲାଗି ରହିଥିବାରୁ ପୋଲିସ ବି ଶୃଙ୍ଖଳା ରକ୍ଷା ଲାଗି ଉପସ୍ଥିତ ରହିଛି । ରଞ୍ଜନ ଖିରିୟାବ ଗାଁରେ ରୁହେ । ସେ ଏହି ପୋଲ ବାଟ ଦେଇ ଯାଉଥିବା ସମୟରେ ଅସାବଧାନତା ବଶତଃ ପୋଲ ତଳକୁ ଖସିପଡି ପୋଲର ପ୍ରଥମ ଖୁଣ୍ଟି ଓ ସ୍ଲାବ୍ ମଧ୍ୟରେ ଥିବା ଫାଙ୍କ ମଧ୍ୟରେ ଲାଖି ରହି ଯାଇଛି । ତେବେ ପୂର୍ବରୁ ପିଲାର କ୍ରନ୍ଦନ ସ୍ୱର ଶୁଭା ଯାଉଥିବା ବେଳେ ଏବେ କିଛି ସ୍ୱର ଶବ୍ଦ ଆସୁ ନ ଥିବା କୁହାଯାଉଛି ଯାହା ପରିବାର ସଦସ୍ୟଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

Get real time updates directly on you device, subscribe now.