fbpx
BSKY
BJD YOUTH SKY
BJD MS SKY

ଆମେରିକାଠାରୁ ଭାରତ କାହିଁକି ବରଫ କିଣିଥିଲା: କ’ଣ ରହିଛି ଇତିହାସ

ନୂଆଦିଲ୍ଲୀ: ଜଳ ଅତ୍ୟଧିକ ଥଣ୍ଡା ହେଲେ ବରଫରେ ପରିଣତ ହୋଇଥାଏ । ଏହା ଆମେ ସମସ୍ତେ ଜାଣୁ । ତେବେ ବରଫକୁ ନେଇ ଏକ ବଡ଼ ଇତିହାସ ରହିଛି । ଆପଣମାନେ କେବେ ଭାବିଛନ୍ତି ଯଦି ଏ ଦୁନିଆରେ ବରଫ ନଥାଆନ୍ତା ତେବେ ଆମର ଅବସ୍ଥା କ’ଣ ହୋଇଥାନ୍ତା । ବାଧ୍ୟ ହୋଇ ଆମକୁ ବରଫକୁ କିଣିବାକୁ ପଡ଼ିଥାନ୍ତା । ତେବେ ଏପରି ସମୟ ଥିଲା ଭାରତ ମଧ୍ୟ ଆମେରିକା ଠାରୁ ବରଫ କିଣିଥିଲା । ଏହି କଥା ହୁଏତ ଅଧିକାଂଶ ଲୋକ ଜାଣିନଥିବେ ।

୧୮୩୫ରେ ଫ୍ରାନ୍ସର ଏଡ୍ରିନ ଜୀନ- ପିୟରେ ବରଫକୁ ଆବିଷ୍କାର କରିଥିଲେ । ସାମୁଏଲ ଅଷ୍ଟିନ ପ୍ରଥମ ଥର ପାଇଁ ଆମେରିକାରୁ ଭାରତକୁ ବରଫ ଆଣିଥିଲେ । ୧୮୩୩ରେ ପ୍ରଥମ ଥର ପାଇଁ କୋଲକତାକୁ ବରଫର ପ୍ରଥମ ଖଣ୍ଡ ଆସିଥିଲା । ୧୯ତମ ଶତାବ୍ଦୀରେ ବୋଷ୍ଟନର ଜଣେ ବ୍ୟବସାୟୀ ଫ୍ରେଡେରିକ ଟ୍ୟୁଡର ଜାହାଜରେ ନ୍ୟୁଇଂଲଣ୍ଡରୁ ଭାରତକୁ ବରଫ ଆଣିଥିଲେ ବୋଲି କୁହାଯାଉଛି । ତେବେ ଏହି ବରଫ କ୍ରୟକୁ ନେଇ ବିଭିନ୍ନ ରିପୋର୍ଟରେ ଭିନ୍ନ ଭିନ୍ନ ତଥ୍ୟ ରହିଛି । ସମୟ ଥିଲା ସାରା ପୃଥିବୀରେ ଚାରିଆଡ଼େ ଖାଲି ବରଫମୟ ଥିଲା । ପୁଣି ଥରେ ହିମ ଯୁଗ ଆସିବ ଓ ପ୍ରଳୟ ଦେଖାଯିବ ବୋଲି ମଧ୍ୟ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି ।

ସାଧାରଣ ଭାବେ ବରଫ ଆମର ବିଭିନ୍ନ ପ୍ରକାରର ଉପକାର କରିଥାଏ । ବିଶେଷ କରି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଏହାକୁ ମେକଅପ୍ ଭାବେ ବ୍ୟବହାର କରଯାଏ । ବଦହଜମି ସମସ୍ୟା ଦୂର କରିବା, ମୁଣ୍ଡବିନ୍ଧା ସମସ୍ୟା ଦୂର କରିବା ପାଇଁ ବରଫ ଆବଶ୍ୟକ ହୋଇଥାଏ । ଶରୀରର ଯଦି କୌଣସି ସ୍ଥାନରୁ ରକ୍ତସ୍ରାବ ହୋଇଥାଏ, ତେବେ ବରଫ ଲଗାଇଲେ ରକ୍ତସ୍ରାବ ବନ୍ଦ ହୋଇଯାଇଥାଏ ।

Get real time updates directly on you device, subscribe now.