fbpx

ଟୁଥପେଷ୍ଟ ଲଗାଇବା ପରେ କିମ୍ବା ପୂର୍ବରୁ ବ୍ରସ୍ କୁ ଧୋଉଛନ୍ତି କି ? ଏହି ଅଭ୍ୟାସ ମହଙ୍ଗା ପଡିପାରେ – ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର/ନୂଆଦିଲ୍ଲୀ : ପ୍ରାୟ ସମସ୍ତେ ସକାଳୁ ଉଠିଲା ପରେ ଦାନ୍ତ ଘଷନ୍ତି ବା ବ୍ରସ୍ କରନ୍ତି । ତା’ ପରେ ଅନ୍ୟ ଯାହା କାର୍ଯ୍ୟ କରନ୍ତି । ଦାନ୍ତୁ ସଫା ରଖିବା ପାଇଁ ବ୍ରସ୍ କରାଯାଏ । ଡାକ୍ତରଙ୍କ କହିବା ହେଲା ଯେ, ଅତି କମ୍ ରେ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ବ୍ରସ୍ କରିବା ଉଚିତ୍ । କିନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ ଅନେକ ଲୋକ ବ୍ରସ୍ କରିବା ସମୟରେ କିଛି ଭୁଲ୍ କରିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ସେସବୁ ମଧ୍ୟରୁ ଗୋଟିଏ ଭୁଲ ହେଉଛି ଯେ, ବ୍ରସ୍ କୁ ଓଦା କରିବା । ଯଦି ଆପଣ ଏମିତି କରୁଛନ୍ତି ତେବେ ତାହା ଭୁଲ୍ । ଟୁଥପେଷ୍ଟ ଲଗାଇବା ପୂର୍ବରୁ ବା ପରେ ବ୍ରସ୍ କୁ ଧୋଇବା ତାହା ଭୁଲ ହୋଇଥାଏ । ଏହାର କାରଣ ହେଉଛି ଟୁଥପେଷ୍ଟ ଆଗରୁ ହିଁ ଓଦାଳିଆ ହୋଇଥାଏ । ତେଣୁ ବ୍ରସକୁ ଓଦା କରିବା ଦ୍ୱାରା ତାହା ଆହୁରି ପାଣିଆ ହୋଇ ଦାନ୍ତରେ ଅଧିକ ପରିମାଣରେ ଫେଣ ସୃଷ୍ଟି ହୁଏ । ଯାହା ଦ୍ୱାରା ଟୁଥପେଷ୍ଟ ଦାନ୍ତକୁ ସଫା କରିବା ପରିବର୍ତ୍ତେ ପାଟିରେ ଫେଣ ଭର୍ତ୍ତି ହୋଇଥାଏ । ଆମେ ସେଇ ଫେଣକୁ ତରବରିଆ ଭାବରେ ଫିଙ୍ଗି ଦେଉ ଯାହା ଦ୍ୱାରା ଦାନ୍ତ ଭଲ ସଫା ହୋଇନଥାଏ ।

କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିପାରେ ଯେ, ବ୍ରସକୁ ନ ଧୋଇଲେ ଯଦି ସେଥିରେ ଥିବା ଧୂଳି ପାଟିକୁ ଯିବ ତାହାଲେ କ’ଣ କରିବା । ତେଣୁ ବିଶେଷଜ୍ଞଙ୍କ ବହିବା ହେଲା ବ୍ରସକୁ ଆପଣ କ୍ୟାପ୍ ଲଗାଇ ରଖିପାରିବେ । ଧୂଳି ଜମିବ ନାହିଁ ବା ଅପରିଷ୍କାର ହେବ ନାହିଁ ।

ଏହା ବ୍ୟତୀତ ଅଧିକ ଜୋର ଦେଇ ବ୍ରସ୍ କରିବା ଏବଂ ଇଣ୍ଟରଡେଣ୍ଟଲ ବ୍ରସ୍  ରେ ଦାନ୍ତ ଘଷିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ମାଢି ଖରାପ ହେବାର ସମ୍ଭାବନା ଥାଏ । କିନ୍ତୁ ଇଣ୍ଟରଡେଣ୍ଟଲ ବ୍ରସ୍ ଯେଭଳି ଭାବରେ ପାଟିକୁ ସଫା କରେ ସାଧରଣ ବ୍ରସ୍ ସେଭଳି କରେ ନାହିଁ ।

ଦିନକୁ କେତେ ଥର ବ୍ରସ୍ କରିବା ଉଚିତ୍ ?

ବିଶେଷଜ୍ଞ କହିବା ହେଲା ଦିନରେ ଥରେ ବ୍ରସ୍ କରିବା ଯଥେଷ୍ଟ । କିନ୍ତୁ ଭଲ ଭାବରେ କରିବା ଉଚିତ୍ । ଯଦି ଖାଦ୍ୟ ଖାଇ ସାରିବା ପରେ ଦାନ୍ତରେ କିଛି ଲାଗିଥିବା ଅନୁଭବ କରୁଛନ୍ତି ତେବେ ସନ୍ଧ୍ୟାରେ ବା ରାତିରେ ଶୋଇବା ପୂର୍ବରୁ ବ୍ରସ୍ କରି ପାରିବେ । ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ବ୍ରସ୍ କରିବା ସ୍ୱାସ୍ଥ୍ୟପାଇଁ ଭଲ ।

 

Get real time updates directly on you device, subscribe now.