fbpx

ଆଉ ଦୁଇ ଦିନର ଅପେକ୍ଷା! ନୂଆ ଦଳ ଗଠନ କରିବେ ପାଇଲଟ୍

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଦେଖାଦେଇଥିବା ଶୀତଳଯୁଦ୍ଧ ବିଷୟରେ କାହାକୁ ଅଛପା ନାହିଁ । ଗେହଲଟଙ୍କ ସହିତ ମିଶି ପାଇଲଟ ଏକାଠି ଲଢ଼ିବେ ବୋଲି ନିକଟରେ ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ନିଷ୍ପତ୍ତି ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପାଇଲଟଙ୍କୁ ନେଇ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, କଂଗ୍ରେସକୁ ଏକ ବଡ଼ ଝଟକା ଦେଇ ପାରନ୍ତି ପାଇଲଟ । ଆସନ୍ତା ୧୧ ତାରିଖରେ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ଶ୍ରାଦ୍ଧ ବାର୍ଷିକୀ ପଡ଼ୁଥିବାରୁ ସେହିଦିନ ପାଇଲଟ ନୂଆ ଦଳ ଗଠନ କରିପାରନ୍ତି । ଗତ ଏପ୍ରିଲ ମାସ ୧୧ରେ ପାଇଲଟ ଦିନିକିଆ ଅନଶନ କରିବା ସମୟରେ ଗେହଲଟ ସରକାରଙ୍କୁ ଦାବି ଜଣାଇଥିଲେ । ତେଣୁ ସେହି ସମୟରେ ସେ ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା ।

ଏଥି ସହିତ ରାଜସ୍ଥାନ ପ୍ରଭାରୀ ସୁଖଜିନ୍ଦର ରନ୍ଧୱା ଗତ ମାସରେ ପାଇଲଟଙ୍କୁ ନେଇ ଏକ ବଡ଼ ବୟାନ ଦେଇଥିଲେ । ଯେଉଁମାନେ କଂଗ୍ରେସ ଛାଡ଼ି ଅନ୍ୟ ଦଳକୁ ଯାଆନ୍ତି ସେମାନଙ୍କର ଅବସ୍ଥା କ’ଣ ହୁଏ ତାହା ସମେସ୍ତ ଜାଣିଛନ୍ତି । ପାଇଲଟ ଯେଉଁ ପଦଯାତ୍ରା ଆରମ୍ଭ କରିଥିଲେ, ତାହା ଠିକ୍ ସମୟରେ କରାଯାଇ ନଥିଲା । ବିଶେଷ କରି କର୍ଣ୍ଣାଟକ ନିର୍ବାଚନ ସମୟରେ ଯାତ୍ରା କରାଯିବା ଠିକ୍ ନିଷ୍ପତ୍ତି ନଥିଲା ବୋଲି ରନ୍ଧୱା କହିଥିଲେ ।

ତେବେ ଗୋଟିଏ ପଟେ ରାଜ୍ୟରେ ପାଇଲଟ-ଗେହଟଲଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଏହି ସମୟରେ ରାଜ୍ୟ ପ୍ରଭାରୀଙ୍କର ଏଭଳି ବୟାନକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହୋଇଥିଲା । କଂଗ୍ରେସ ଛାଡ଼ୁଥିବା ନେତାଙ୍କର ଅବସ୍ଥା ବହୁତ ଖରାପ ହୋଇଥାଏ ବୋଲି ରନ୍ଧୱା ସ୍ପଷ୍ଟ ସନ୍ଦେଶ ଦେଇଥିଲେ । ଯଦି ଦଳରେ ଉପଯୁକ୍ତ ସମ୍ମାନ ନମିଳେ ଓ ଦାବି ପୂରଣ ନହୁଏ ତେବେ ପାଇଲଟ ଅନ୍ୟ ନେତାଙ୍କ ପରି ଦଳ ଛାଡ଼ି ପରିତ୍ୟାଗ କରିପାରନ୍ତି ବୋଲି ରନ୍ଧୱା ଉପଲବ୍ଧି କରିପାରିଥିଲେ ।

Get real time updates directly on you device, subscribe now.