ପାଟନା: କିଛିଦିନ ତଳେ ବିହାର ରଜଉରାର ଅଭନିଶ କୁମାର ନିକଟରେ ବିହାର ପବ୍ଲିକ୍ ସର୍ଭିସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶିକ୍ଷକଭାବେ ଚାକିରି କରୁଥିଲେ । ଶୁକ୍ରବାର ଦିନ ଅଭନିଶ ଇ-ରିକ୍ସାରେ ସ୍କୁଲକୁ ଯିବାବେଳେ ହଠାତ୍ ୨ଟି ସ୍କୋର୍ପୋଓ ଗାଡ଼ିରେ ୧୨ରୁ ୧୫ ଜଣ ଲୋକ ଆସି ତାଙ୍କୁ ଟେକି ନେଇଥିଲେ । ଏହାପରେ ତାଙ୍କୁ ବାଡ଼ାବାଡ଼ି କଲେ । ତା’ ପରେ ସେମାନେ ଅଭନିଶଙ୍କୁ ମନ୍ଦିର ନେଇ ଜଣେ ଯୁବତୀଙ୍କ ଜୋର ଜବରଦସ୍ତି ବାହା କରିଦେଇଛନ୍ତି । ଅଭନିଶ ଓ ଗୁଞ୍ଜନ ପରସ୍ପରକୁ ଭଲପାଉଥିଲେ । ୪ ବର୍ଷ ଧରି ସେମାନଙ୍କ ପ୍ରେମ ସମ୍ପର୍କ ରହିଥିଲା । ଦୁହେଁ ଏକାଠି ବୁଲାବୁଲି କରିବା ସହ ଅଭନିଶ ଗୁଞ୍ଜନଙ୍କୁ ଅନେକଥର ହୋଟେଲ ନେଇ ଯାଇଥିବା ସେ କହିଛନ୍ତି । ହେଲେ ଗୁଞ୍ଜନ ଯେତେବେଳେ ବାହାହେବା ପାଇଁ କହିଲେ ସେ ସମୟରେ ଅଭନିଶ ତାଙ୍କଠାରୁ ଦୂରେଇ ଗଲେ । ଏକଥାକୁ ଗୁଞ୍ଜନ ତାଙ୍କ ଘର ଲୋକଙ୍କୁ ଜଣାଇଲେ । ଯାହାପରେ ତାଙ୍କ ଘରଲୋକ ଅଭନିଶଙ୍କୁ ବାଟରୁ ଟେକିଆଣିଲେ ।
ଏ ବାହାଘରକୁ କିନ୍ତୁ ଅଭନିଶ ଓ ତାଙ୍କ ଘରଲୋକ ସ୍ୱୀକାର କରିବାକୁ ରାଜି ନାହାନ୍ତି । ଅଭନିଶ କହିଛନ୍ତି ଗୁଞ୍ଜନ ତାଙ୍କ ଏକତରଫା ପ୍ରେମ କରୁଥିଲେ । ଅନେକ ସମୟେରେ ସେ ତାଙ୍କୁ କଲ୍ କରନ୍ତି, କିନ୍ତୁ ଅଭନିଶ ତାଙ୍କ ସହ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଏ ଘଟଣା ନେଇ ଉଭୟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଘଟଣାର ସମାଧାନ ପାଇଁ ଗୁଞ୍ଜନ ଥାନାରେ ଅଭିଯୋଗ କରିଥିବାବେଳେ ଅଭନିଶଙ୍କୁ ଅପହରଣ କରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୋଲିସ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବିହାରରେ ଏମିତି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ଲୋକମାନେ ପୁଅମାନଙ୍କୁ ଜୋର ଜବରଦସ୍ତ ଉଠେଇ ନେଇ ବାହା କରି ଦେଉଛନ୍ତି ।