fbpx

ନାବାଳକର ଗୁପ୍ତାଙ୍ଗ କାଟିଦେଲେ ପ୍ରେମିକାର ପରିବାର; ଅଭିଯୁକ୍ତ ଘର ସାମ୍ନାରେ ଅନ୍ତିମ ସଂସ୍କାର

ନୂଆଦିଲ୍ଳୀ: ବର୍ବରତାର ସମସ୍ତ ସୀମା ଅତିକ୍ରମ କରି ଜଣେ ୧୭ ବର୍ଷୀୟ ନାବାଳକକୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି । ଝିଅ ସହିତ ପ୍ରେମ ସମ୍ପର୍କ ଅଭିଯୋଗରେ ୧୭ ବର୍ଷୀୟ ବାଳକକୁ ହତ୍ୟା କରିବା ପରେ ତାର ଗୁପ୍ତାଙ୍ଗକୁ କାଟି ଦିଆଯାଇଛି । ଏହାକୁ ବିରୋଧ କରି ମୃତ ନାବାଳକର ପରିବାର ଅଭିଯୁକ୍ତଙ୍କ ଘର ସମ୍ମୁଖରେ ଅନ୍ତିମ ସଂସ୍କାର କରିଥିଲେ ।

ବିହାରର ମୁଜାଫରପୁର ଅନ୍ତର୍ଗତ ରେପୁରା ରାମପୁରୁଷା ଗ୍ରାମରେ ଏହି ଘଟଣା ଘଟିଥିଲା । ରେପୁରା ନିବାସୀ ୧୭ ବର୍ଷୀୟ ସୌରଭ କୁମାର ସୋର୍ବରା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଶୁକ୍ରବାର ନିଜ ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ଧରା ପଡି ଯାଇଥିଲେ ସୌରଭ । ଘଟଣାରେ ଉତକ୍ଷିପ୍ତ ପ୍ରେମିକାର ପରିବାର ଲୋକ ସୌରଭଙ୍କୁ ମାଡ ମାରିବା ସହିତ ତାଙ୍କର ଗୁପ୍ତାଙ୍ଗକୁ କାଟି ଦେଇଥିଲେ । ସୌରଭଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ଏହି ଘଟଣା ପରେ ରେପୁରା ଗାଁ ଲୋକ ଅଭିଯୁକ୍ତ ସୁଶାନ୍ତ ପାଣ୍ଡେଙ୍କ ଘର ଉପରକୁ ଆକ୍ରମଣ କରିବା ସହିତ ଘର ସାମ୍ନାରେ ଅନ୍ତିମ ସଂସ୍କାର କରିଥିଲେ । ଦୁଇ ଗାଁ ମଧ୍ୟରେ ଝଗଡାକୁ କେନ୍ଦ୍ର କରି ପୋଲିସ ମୁତୟନ କରାଯାଇଛି ।

Get real time updates directly on you device, subscribe now.