fbpx
BSKY
BJD SHG SKY
BJD YOUTH SKY

ନବୀନଙ୍କ ସମର୍ଥନରେ ବାହାରିଲେ ବିଜୟନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଡେଲ ଟିକା ନୀତି ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନ ସମର୍ଥନ କରିଛନ୍ତି । ଏହି ଅବସରରେ ଶ୍ରୀ ବିଜୟନ ନବୀନଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି । ନବୀନଙ୍କ ଭ୍ୟାକ୍ସିନ କ୍ରୟ ଓ ବିତରଣ ନେଇ ସୁଚିନ୍ତିତ ଯୋଜନାକୁ ବିଜୟନ ପ୍ରଶଂସା କରିଛନ୍ତି । କେନ୍ଦ୍ର ସରକାର ସମସ୍ତ ଟିକା କ୍ରୟ କରିବେ, ରାଜ୍ୟମାନେ ଏହି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବେ ବୋଲି ନବୀନ ଦୁଇଦିନ ପୂର୍ବରୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ବିଜୟନ ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ନବୀନ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଟିକା କ୍ରୟ ପାଇଁ ଏକାଠି ହେବାକୁ ଚିଠି ଲେଖିଥିଲେ । ଟିକା ନିର୍ମାଣକାରୀ କମ୍ପାନୀଙ୍କଠାରୁ ଟିକା କ୍ରୟ ନେଇ ପ୍ରତିଯୋଗିତା ମନୋଭାବ ଠାରୁ ଦୂରେଇ ରହିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ତେଣୁ ସେମାନେ ରାଜ୍ୟ ସରକାରଙ୍କ ସହ ସିଧାସଳଖ ଚୁକ୍ତି କରିବାକୁ ଚାହୁଁ ନାହାନ୍ତି । ତେଣୁ କେନ୍ଦ୍ର ସମସ୍ତ ରାଜ୍ୟରେ ଟିକାକରଣ ପାଇଁ ଏକ କେନ୍ଦ୍ରୀୟ କ୍ରୟ ବ୍ୟବସ୍ଥା ଲାଗୁ କରିବାକୁ ନବୀନ ପ୍ରସ୍ତାବ ଦେଇଥିଲେ । କରୋନା ମହାମାରୀର ମୁକାବିଲା ପାଇଁ ଶ୍ରୀ ବିଜୟନ ଏହି ଅବସରରେ ନବୀନଙ୍କର ସହଯୋଗ ଲୋଡ଼ିଥିବା ଜଣାଯାଇଛି ।

Get real time updates directly on you device, subscribe now.