fbpx

ପିଏମ ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ବ୍ୟକ୍ତିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୁହାଯାଉଛି ଯେ, ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ପିଏମ ମୋଦୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଅଭିଯୁକ୍ତ ସଲମାନକୁ ଦିଲ୍ଲୀର ଖଜୁରୀ ଖାସ ଥାନାର ପୋଲିସ ଗିରଫ କରିଛନ୍ତି । ସୂଚନା ମିଳିଛି ଯେ, ଅଭିଯୁକ୍ତ ଜଣକ ବେଲରେ ଜେଲରୁ ଆସିଥିଲା । ଅଭିଯୁକ୍ତ ବିରୋଧରେ ପୂର୍ବରୁ ଥାନାରେ ଅନେକ ମାମଲା ମାମଲା ରହିଛି । ସିନିୟର ଅଫିସରମାନେ ଥାନାରେ ଅଭିଯୁକ୍ତକୁ ପଚରାଉଚରା କରୁଛନ୍ତି ।

ତେବେ ପିଏମ ମୋଦୀଙ୍କୁ ଏହା ପୂର୍ବରୁ ଜୀବନରୁ ମାରି ଦେବାକୁ ଧମକ ମିଳିଛି । ୨୦୨୦ ମସିହା ନଭେମ୍ବର ମାସରେ ବି ଦିଲ୍ଲୀ ପୋଲିସକୁ ଏପରି ଏକ କଲ୍ ଆସିଥିଲା । ଅଭିଯୁକ୍ତ ଜଣକ ପିଏମ ମୋଦୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ଫୋନ୍ ଆସିବା ମାତ୍ରେ ପୋଲିସ ସଜାଗ ହେବା ସହ ଅଭିଯୁକ୍ତକୁ ଘରୁ ଉଠାଇ ଆଣିଥିଲେ । ନିଶାରେ ଥାଇ ଏପରି କରିଥିବା ଅଭିଯୁକ୍ତ ଜଣକ ପୋଲିସକୁ କହିଥିଲା ।

ସେହିପରି ୨୦୨୦ ମସିହା ଅଗଷ୍ଟରେ ନୋଏଡା ପୋଲିସ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଅଭିଯୁକ୍ତ ଜଣକ ୧୦୦କୁ ଫୋନ୍ କରି ପିଏମ ମୋଦୀଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ନୋଏଡାର ମମୁରାରୁ ଅଭିଯୁକ୍ତ ଜଣକ ନିଶଗ୍ରସ୍ତ ଅବସ୍ଥାରେ ପୋଲିସକୁ ଫୋନ କରିଥିବା କହିଥିଲା । ଏହି ଘଟଣା ପରେ ଅଭିଯୁକ୍ତକୁ ବେଶ ଉତ୍ତମ ମଧ୍ୟମ ଦେଇଥିଲା ପୋଲିସ ।

Get real time updates directly on you device, subscribe now.