fbpx

ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ପିଟିପିଟି ନିଆଁରେ ପୋଡ଼ିଦେଲେ: ପରିବାରବର୍ଗଙ୍କୁ ହତ୍ୟା ଧମକ ସହ ବାହାରେ ବୁଲୁଛନ୍ତି ଅଭିଯୁକ୍ତ

ନିଶ୍ଚିନ୍ତକୋଇଲି, (ଓଡିଶା ଭାସ୍କର): ଜଣେ ବିବାହିତା ମହିଳା (ନୁର ଜାହାଁ)ଙ୍କୁ ତାଙ୍କୁ ଶାଶୂଘର ଲୋକେ ଯୌତୁକଜନିତ ନିର୍ଯାତନା ଦେଇ ଆସୁଥିଲେ । ଗତ ମାସ ୧୫ ତାରିଖରେ ସ୍ପଷ୍ଟ ଦିବାଲୋକରେ ଶାଶୂଘର ଲୋକେ ମହିଳାଙ୍କୁ ପିଟିପିଟି ଅଧାମରା କରିବା ପରେ ଘର ଭିତରେ କିରାସିନାରେନିଆଁ ଲଗାଇ ମାରିଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ସେତେବେଳକୁ ନୁରଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମାମଲା ଦାୟର ହେବା ପରେ ପୋଲିସ ନୁରଙ୍କର ସ୍ୱାମୀ, ଶ୍ୱଶୁର, ଶାଶୂ, ଦେଢ଼ଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଏହି ହତ୍ୟା ଘଟଣାରେ ନୁରଙ୍କ ନଣନ୍ଦଙ୍କ ସହ ଗ୍ରାମର କିଛି ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ମାତ୍ର ରାଜନୈତିକ ଚାପରେ ଏହି ଅଭିଯୁକ୍ତମାନେ ଏବେ ବି ଗିରଫ ହୋଇନାହାନ୍ତି । ଓଲଟା ନୁରଙ୍କର ପରିବାରବର୍ଗଙ୍କୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ନୁରଙ୍କର ବିଧବା ମାଆ ମୁଖ୍ୟମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ, ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ନ୍ୟାୟ ପାଇ ନାହାନ୍ତି । ନୁରଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଅଭିଯୁକ୍ତମାନେ ଭବିଷ୍ୟତରେ ଯେ କୌଣସି ଅଘଟଣ ଯେ ନ ଘଟାଇବେ, ସେ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.