fbpx

ବିଜୁ ପକ୍କାଘରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ଘର ମରାମତି ପାଇଁ ମିଳିବ ମାସକୁ ୩ ହଜାର, ଉପକୃତ ହେବେ ୩୦ ଲକ୍ଷ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଘରକୁ ପକ୍କା ଘର କରିବା ପାଇଁ ପଦକ୍ଷେପ ନେଇଛି ଓଡ଼ିଶା । ରାଜ୍ୟ କ୍ୟାବିନେଟ ବୈଠକ ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ନବୀନ ଏହି ଘୋଷଣା କରିଥିଲେ । ୨୦୧୪ରେ ପ୍ରଥମ କ୍ୟାବିନେଟରେ ଗୃହ ନିର୍ମାଣ ପାଇଁ ସରକାର ଘୋଷଣା କରିଥିବା ବେଳେ ଏହାକୁ ନେଇ ବଡ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଏଣିକି ବିଜୁ ପକ୍କା ଘର ମରାମତି ବାବଦରେ ମାସକୁ ୩ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । କେନ୍ଦ୍ରୀୟ ଯୋଜନାରେ ସାମିଲ ନଥିଲେ ଲୋକ ମାନଙ୍କୁ ମାସିକ ୫ ହଜାର ଟଙ୍କାର ମରାମତି ଅର୍ଥ ପ୍ରଦାନ କରାଯିବ ।

ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ବପ୍ନ । ସେହି ସ୍ବପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଛୁ । ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ର ପ୍ରଥମ କ୍ୟାବିନେଟରେ ଆମେ ନିଷ୍ପତ୍ତି ନେଇଥିଲୁ । ଏ ଦିଗରେ ମଧ୍ୟ ବହୁତ ଭଲ କାମ ହୋଇଛି । ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର 2014ରୁ ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି । ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୩୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏହା ସହିତ ଏହି ଯୋଜନାରେ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଗୃହ ଯୋଗାଣ ଯୋଜନାରୁ ବିରତ ରହିଥିବା ସମସ୍ତ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.