fbpx

ଜୟନ୍ତୀଙ୍କୁ ବିଜୁ କ୍ରୀଡା ପୁରସ୍କାର

ଭୁବନେଶ୍ୱର,୨୯ ।୮(ଓଡିଶା ଭାସ୍କର): ଜୟନ୍ତୀ ବେହେରାଙ୍କୁ ୨୦୧୯ର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯାଇଛି । ଧାବିକା ତଥା ପାରା ଆଥଲେଟ ଜୟନ୍ତୀଙ୍କୁ ପୁରସ୍କୃତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ । ୧୨ଟି ଜାତୀୟ ଓ ୯ଟି ଅନ୍ତର୍ଜାତୀୟ ସ୍ତରର ପଦକ ପାଇଛନ୍ତି ଜୟନ୍ତୀ ।

ଅନ୍ୟପଟେ ସାହସିକତା ପାଇଁ ୨ ଭଉଣୀ ପୂର୍ଣ୍ଣିମା ଓ ସବିତା ଗିରି ପୁରସ୍କୃତ ହୋଇଛନ୍ତି । ପ୍ରମୋଦ ଭଗତଙ୍କୁ କୋଚ୍ ଶିବପ୍ରସାଦ ଦାସ ପୁରସ୍କୃତ କରିଛନ୍ତି । ପଦ୍ମିନୀ ରାଉତ, ରାଜଶ୍ରୀ ମହାପାତ୍ର, ପ୍ରତ୍ୟାଶା ରାୟଙ୍କୁ କ୍ରୀଡ଼ା ପୁରସ୍କାର ମିଳିଛି । ରଗବୀ ଖେଳାଳି ହୁପି ମାଝୀ ଓ ହକି ଖେଳାଳି ଦୀପଗ୍ରେସ ଏକ୍କା ପୁରସ୍କୃତ ହୋଇଛନ୍ତି । ରାଜଶ୍ରୀ ମହାପାତ୍ର ଓ ମନୀଷା ମାରେଲଙ୍କୁ ପୁରସ୍କାର ମିଳିଛି । ଚେସ୍ କୋଚ୍ ସତ୍ୟରଞ୍ଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ ପୁରସ୍କୃତ କରିଛନ୍ତି । ଭିସି ଜରିଆରେ ଏହି ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.