fbpx

ଚା’ ପିଉ ପିଉ ବାଇକ୍‌ ନେଇ ପଳାଇଲା ଚୋର, ଛାଡ଼ିଗଲା ଭଙ୍ଗା ସାଇକେଲ..

ଚମ୍ପୁଆ (ଭାସ୍କର ନ୍ୟୁଜ) : ଚମ୍ପୁଆ ଥାନା ଅନ୍ତର୍ଗତ କଳିକାପ୍ରସାଦ ତାରିଣୀ ମନ୍ଦିର ପାଖରେ ଥିବା ଢାବାରେ ଚା’ ପିଉ ଥିବାବେଳେ ଜଣେ ବାଇକ ଆରୋହୀଙ୍କ ବାଇକ ଚୋରୀ ହୋଇ ଯାଇଛି । ସୂଚନା ଅନୁସାରେ ବସିରା ଗ୍ରାମର ଶ୍ରବଣ କୁମାର ପ୍ରଧାନ ତାଙ୍କ ଭିଣୋଇ ଗୋବର୍ଦ୍ଧନ ପ୍ରଧାନଙ୍କ (ଓଡି-୦୯-ସି-୪୩୬୧) ନମ୍ବର ବିଶିଷ୍ଟ ହିରୋ ହୋଣ୍ଡା ମୋଟର ସାଇକେଲକୁ ନେଇ ଚମ୍ପୁଆ ଆସୁଥିବା ବେଳେ କାଲିକାପ୍ରସାଦ ଗ୍ରାମରେ ଥିବା ତାରିଣୀ ମନ୍ଦିର ନିକଟରେ ଥିବା ଏକ ଢାବା ରେ ଚା ପିଇବା ପାଇଁ ଅଟକି ଥିଲେ ।

ସେ ଚା ପିଇ ଆସିବା ବେଳେ ଦେଖିଲେ କେହି ଜଣେ ତାଙ୍କ ବାଇକକୁ ନେଇ ଚାଲି ଯାଇଛନ୍ତି । ତେବେ ତାଙ୍କ ବାଇକକୁ ନେଇ ଯିବା ଲୋକ ତାଙ୍କର ଭଙ୍ଗା ସାଇକେଲକୁ ସେଠାରେ ଛାଡି ଚାଲି ଯାଇଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ଚମ୍ପୁଆ ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନା ଛାନ୍‌ଭିନ୍‌ ଚାଲିଥିବା ପୋଲିସ କହିଛି।

Get real time updates directly on you device, subscribe now.